ତଣ୍ଟିରେ ବଲ୍‌ ଲାଖି ୭ ମାସିଆ ଛୁଆର ମୃତ୍ୟୁ ହେବାରୁ ଅଜାଙ୍କର ହୃଦ୍‌ଘାତରେ ମୃତ୍ୟୁ

କର୍ଣ୍ଣାଲ୍‌: ତଣ୍ଟିରେ ଛୋଟ ବଲ୍‌ଟିଏ ଲାଖି ଯିବାରୁ ପାନିପତ୍‌ ଠାରେ ଜଣେ ୭ ମାସିଆ ଛୁଆର ମୃତ୍ୟୁ ହୋଇଥିବା କଥା ଅଭିଯୋଗ ହୋଇଛି।
ମୃତ ଶିଶୁର ନାମ ମୋହିତ। ସେ ନିଜ ମା’ କବିତାଙ୍କ ସହ ସହରର ପୁରେଓ୍ଵାଲ୍‌ କଲୋନିସ୍ଥିତ ଅଜାଙ୍କ ଘରେ ରହୁଥିଲା।

ପରିବାର ଲୋକେ କହନ୍ତି ଯେ ମୋହିତର ମୃତ୍ୟୁ ଖବର ଶୁଣିବା କ୍ଷଣି ତା’ ୫୦ ବର୍ଷିୟ ଅଜା ଯୋଗିନ୍ଦର ସିଂହ ମଧ୍ୟ ହୃଦ୍‌ଘାତରେ ମରି ଗଲେ।
ଛୁଆଟି ଗୋଟାଏ ବାଉଂସି ବଲ୍‌ ଖେଳୁଥିବା ବେଳେ ତାହା ଛିଟିକି ପଡ଼ି ତା’ ତଣ୍ଟିରେ ଲାଖି ଯାଇଥିଲା। ତା ଆଈ ତାକୁ ସହରର ବିଭିନ୍ନ ଡାକ୍ତରଖାନାକୁ ନେଇ ଥିଲେ ବି ଡାକ୍ତରମାନେ ତା’ ତଣ୍ଟିରୁ ବଲ୍‌ କାଢ଼ିବାରେ ଅସମର୍ଥ ହୋଇଥିଲେ। ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତା’ର ମୃତ୍ୟୁ ଘଟି ଥିଲା। ପରେ ଘରେ ତା’ର ଅଜାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର