ତାମିଲନାଡୁ କାରୁପୁ ସ୍ୱାମୀ ମନ୍ଦିରରେ ଦଳଚକଟା: ୭ ମୃତ, ୧୦ ଗୁରୁତର

ଚେନ୍ନାଇ: ତାମିଲନାଡୁର କାରୁପୁ ସ୍ୱାମୀ ମନ୍ଦିରରେ ରବିବାର ଦଳଚକଟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୁଥମପାଲମ ଅଂଚଳର କାରୁପୁ ମନ୍ଦିରରେ ଭକ୍ତମାନେ ଆଜି ଭଗବାନଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲଗାଇଥିବା ବେଳେ ଏହି ଦଳଚକଟା ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେମାନଙ୍କର ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକୂମ୍ପା ମୂଳକ ରାଶି ଓ ଆହତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର