ଜୁନ୍‌ ୨୦ରେ ଥିଲା ଝିଅର ବାହାଘର, ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ପରିବାରର ୭ ଜଣ

0 600

ହରିୟାଣା: ହରିୟାଣା ପଲଓ୍ଵାଲ ଜିଲ୍ଲାରେ ମଙ୍ଗଳବାର ଇଷ୍ଟର୍ଣ୍ଣ ଫେରିପହେରାଲ ଏକ୍ସପ୍ରେସ-େଓ୍ଵରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ, ମଥୁରା, ଓ ପଲଓ୍ଵାଲା ହସପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ମୃତକଙ୍କ ମଧ୍ୟରେ ମଥୁରା ଜିଲ୍ଲାର ମାଟ ତହସିଲର ଶ୍ୟାମା ନଗଲାରେ ରହୁଥିବା ଦେବୀ ସିଂହ ଓ ତାଙ୍କ ପରିବାରଲୋକ ସାମିଲ ଅଛନ୍ତି। ଦେବି ସିଂହ ଝିଅଙ୍କ ବିବାହ ଜୁନ୍‌ ୨୦ ତାରିଖରେ ସ୍ଥିର ହୋଇଥିଲା। ପରିବାରର ସମସ୍ତ ଲୋକ ପିକ୍‌ଅପ୍‌ ଭ୍ୟାନ୍‌ରେ ମୋହାଲିରୁ ମଥୁରା ଫେରୁଥିଲେ। ଏହି ସମୟରେ ଚାଳକଙ୍କ ଆଖି ଲାଗି ଯାଇଥିଲା। ଫଳରେ ଏକ୍ସପ୍ରେସ୍‌ େଓ୍ଵରେ ପିକ୍‌-ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଦେବୀ ସିଂହ, ଭାଇ ବିଜୟାପାଳ, ଝିଅ ସୀମା, ଛୋଟ ଭାଇ ଧର୍ମବୀର, ଧର୍ମବୀରଙ୍କ ପତ୍ନୀ ଓମବତୀ, ପୁଅ ଜତିନ୍‌ ବ୍ୟତୀତ ବିଜୟପାଲ ଓ ଧର୍ମେନ୍ଦ୍ରଙ୍କ ବର୍ଷୀୟ ଝିଅ । ଏହି ଦୁର୍ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.