ଟିଭି ସିରିଏଲ୍‌ରୁ ଆତ୍ମହତ୍ୟା ଦୃଶ୍ୟ ଅନୁକରଣ କରି ୭ ବର୍ଷୀୟ ବାଳିକା ମୃତ

ନୂଆଦିଲ୍ଲୀ: ଟିଭି ସିରିଏଲ୍‌ରେ ପ୍ରସାରିତ ହେଉଥିବା ଏକ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରିବାକୁ ଉଦ୍ୟମ କରି କୋଲକାତାରେ ଜଣେ ସାତ ବର୍ଷୀୟ ବାଳିକାର ମୃତ୍ୟୁ ହୋଇଥିବା କଥା କୁହାଯାଉଛ।

ବିୟୋଗାନ୍ତ ଘଟନା ସମୟରେ ଘରେ କେବଳ ସେ ଝିଅ ଏବଂ ତା’ର ଦୁଇ ବର୍ଷିୟ ଭାଇ ଥିଲେ।

ପାଖରେ ଥିବା ଡାକଘରକୁ ତାଙ୍କ ମାଆ ଟଙ୍କା ଜମା କରିବାକୁ ଯାଇଥିଲେ। ସେ ଫେରିବା ଯାଏଁ ପିଲାଙ୍କ ଉପରେ ନିଘା ରଖିବାକୁ ଜଣେ ପଡ଼ିଶାଙ୍କୁ କହି ଯାଇଥିଲେ। ତାଙ୍କର ରାଜମିସ୍ତ୍ରୀ ବାପା ମଧ୍ୟ ବାହାରି ଯାଇଥିଲେ କାମକୁ।

ସେମାନେ କୋଲକାତାର ଇଚ୍ଛାପୁର ଅଞ୍ଚଳରେ ବାସ କରନ୍ତି। ମାଆ ଘରକୁ ଫେରି ଛାତରୁ ସ୍କାର୍ଫରେ ଝୁଲିଥିବା ଝିଅରକୁ ଦେଖିବା ପରେ ଖବର ଲୋକଲୋଚନକୁ ଆସିଥିଲ। ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲ କିନ୍ତୁ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

ଅଣନିଶ୍ୱାସୀ ହୋଇ ପୀଡ଼ିତା ମରିଥିବା ପୁଲିସ ସନ୍ଦେହ କରୁଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋଟ୍‌କୁ ଅପେକ୍ଷା କରାଯାଇଛି।

ବାରାକ୍‌ପୁର୍‌ କମିସନ୍‌ରେଟ୍‌ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି: ମନେହେଉଛି ସେ ଦେଖୁଥିବା ଟିଭି ସିରିଏଲ୍‌ର ଦୃଶ୍ୟ ଅନୁକରଣ କରିଛି। ସେ ବେକରେ ଗୁଡ଼ାଇ ଖେଳୁଥିବା ସ୍କାର୍ଫଟି କୌଣସିମତେ ଚାପି ହୋଇ ଯାଇଛି।

ସମ୍ବନ୍ଧିତ ଖବର