ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ସଚେତନତା ପାଇଁ ଟ୍ରାଫିକ୍‌ ସ୍ୱୟଂସେବକ ହେଲେ ୭୨ ବର୍ଷିୟ ବାପା

ନୂଆଦିଲ୍ଲୀ : ପ୍ରତିବର୍ଷ ଶହ ଶହ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । କିଛି ଲୋକ ଟ୍ରାଫିକ୍‌ ନିୟମ ନ ମାନି ସଡ଼କ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏତେ ସବୁ ଆଇନ୍‌ ପ୍ରଣୟନ ପରେ ସମସ୍ୟା କମୁ ନ ଥିବାରୁ ଦିଲ୍ଲୀ ପୁଲିସ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଦିଲ୍ଲୀ ପୁଲିସ କମିସ୍‌ନର ଅମୁଲ୍ୟ ପଟ୍ଟନାୟକ ଟ୍ରାଫିକ୍‌ ସେଣ୍ଟିନେଲ ସ୍କିମ୍‌(ଟ୍ରାଫିକ୍‌ ଜଗୁଆଳ ଯୋଜନା)ଆରମ୍ଭ କରିଛନ୍ତି । ଜାତୀୟ ସଡ଼କ ସୁରକ୍ଷା ସପ୍ତାହରେ ଦିଲ୍ଲୀ ପୁଲିସ ଏହି ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୩୧୯ଲୋକଙ୍କୁ ଜଗୁଆଳୀ ଭାବେ ନିଯୋଜିତ କରାଯାଇଛି । କିନ୍ତୁ ୩୧୯ଜଗୁଆଳୀଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଗଙ୍ଗା ରାମ୍‌ । ଉତ୍ତର-ପୂର୍ବ ଦିଲ୍ଲୀର ସିଲାମ୍‌ପୁର୍‌ରେ ରହୁଥିବା ଗଙ୍ଗା ରାମ୍‌ ୭୨ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାଙ୍କ ଦୃଢ଼ ମନୋବଳକୁ ସମସ୍ତେ ପ୍ରଶଂସା କରିଛନ୍ତିା ତାଙ୍କର ଏପରି କରିବା ପଛରେ ଏକ ଦୁଃଖଭରା କାହାଣୀ ରହିଛି । ୩ ବର୍ଷ ପୂର୍ବେ ତାଙ୍କର ଏକମାତ୍ର ପୁଅ ରାସ୍ତା ପାର ହେଉଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ସେହି ଦିନ ଠାରୁ ଯେମିତି ଆଉ କେବେ କୌଣସି ପରିବାର ସହ ଏପରି ନ ଘଟୁ ସେଥିପାଇଁ ମେକାନିକ୍‌ କାମ ଛାଡ଼ି ଟ୍ରାଫିକ୍‌ ପୁଲିସଙ୍କୁ ସହାୟତା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର