ଟାଇମ୍‌ସ୍‌ ସ୍କୋୟାର୍‌ ବିଲ୍‌ବୋର୍ଡରେ ୭୪ ବର୍ଷିୟ ଶିଖ୍‌ ମଡେଲ୍‌

ଚଣ୍ଡିଗଡ଼: ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌ ଠାରେ ଥିବା ଗୋଟାଏ ପ୍ରକାଣ୍ଡ ବିଲ୍‌ବୋର୍ଡ ବା ହୋର୍ଡିଙ୍ଗ୍‌ରେ ପ୍ରୀତମ୍‌ ସିଂହ ନାମକ ଜଣେ ୭୪ ବର୍ଷିୟ ମଡେଲ୍‌ଙ୍କ ଫଟୋ ପ୍ରଦର୍ଶୀତ ହୋଇଥିବାରୁ ବିଶ୍ୱବ୍ୟାପୀ ତାଙ୍କ ସମ୍ପ୍ରଦାୟ ଓ ଭାରତୀୟମାନେ ଗର୍ବ ଅନୁଭବ କରୁଛନ୍ତି। ସେଥିରେ ସେ ପୁରୁଷମାନଙ୍କ କ୍ଷୌର ଆଦି ଲାଗି କାଲିଫର୍ଣ୍ଣିଆର ‘ଡଲାର୍‌ ସେଭ୍‌ କ୍ଲବ୍‌’ର ଏକ ନୂତନ ଉତ୍ପାଦର ବିଜ୍ଞାପନ କରାଉଛନ୍ତି।

କାଲିଫର୍ଣ୍ଣିଆର ନର୍ଥରିଜ୍‌ରେ ଅବସ୍ଥାନ କରୁଥିବା ପ୍ରୀତମ୍‌ ଦାଢ଼ି ନିମନ୍ତେ କମ୍ପାନି ପ୍ରସ୍ତୁତ କରିଥିବା ଏକ ତୈଳର ପ୍ରଚାର କରୁଛନ୍ତି। ଦେଶର ବିଭିନ୍ନତା ପ୍ରଦର୍ଶନ କରାଇବାକୁ କମ୍ପାନି ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଶିଖ୍‌ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ଚୟନ କରିଛି। ବିଜ୍ଞାପନରେ ଦିଶୁଥିବା ଟ୍ୟାଗ୍‌ଲାଇନ୍‌ରେ ଉଲ୍ଲେଖ ଅଛି: କିଛି ଲୋକମାନଙ୍କ ଲାଗି ଦାଢ଼ି ଧର୍ମ ହୋଇଥିବା କାରଣ ଦାଢ଼ି ତେଲ ଆବଶ୍ୟକ।

୧୯୮୩ରେ ପ୍ରୀତମ ପଟିଆଲାରୁ ଆମେରିକା ଆସିଥିଲେ। ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଅଧ୍ୟବସାୟ କରିବା ପରେ ସେ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ ଆରମ୍ଭ କରିଥିଲେ।

ହାଙ୍କ୍‌କ୍‌, ସ୍ଲିପର୍‌ ସେଲ୍‌, ପ୍ରିନ୍‌ସେସ୍‌ ଡାଏରିଜ୍‌, ସ୍ପାଇଡର୍‌ ମ୍ୟାନ୍‌ (୨୦୦୨) ଏବଂ ନେକେଡ୍‌ ଗନ୍‌ ସମେତ କିଛି ଚଳଚ୍ଚିତ୍ରରେ ସେ ଛେଟ ଛୋଟ ଭୂମିକାରେ ଅବର୍ତ୍ତିର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର