ଧକ୍କା ଯୋଗୁଁ ଦୁଇଟି ବସ୍‌ ମଧ୍ୟରେ କାର୍‌ ଚାପି ହୋଇଯିବାରୁ ଜେଜି ମା ଓ ନାତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଉତ୍ତରପୂର୍ବ ଦିଲ୍ଲୀର ନନ୍ଦ ନଗରୀ ଠାରେ ଡିଟିସି ଏବଂ ଏକ କ୍ଲଷ୍ଟର୍‌ ବସ୍‌ ମଧ୍ୟରେ ଧକ୍କା ଯୋଗୁଁ ସେମାନଙ୍କ ମଧ୍ୟରେ କାର୍‌ଟିଏ ଚାପି ହୋଇଯାଇ ସେଥିରେ ଯାତ୍ରା କରୁଥିବା ଜଣେ ୭୮ ବର୍ଷୀୟ ମହିଳା ଓ ତାଙ୍କର ୩୧ ବର୍ଷିୟ ନାତିଙ୍କର ମୃତ୍ୟୁ ଘଟିଛି।

ଧକ୍କାର ପ୍ରକୋପ ଏଡ଼େ ଜୋର୍‌ଦାର୍‌ ଥିଲା ଯେ ହ୍ୟୁନ୍ଦାଇ ଆଇଟେନ୍‌ କାର୍‌ଟିର ଦୁଇ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପୁଲିସ କହିବାନୁସାରେ, ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ବେଳେ ଦୁର୍ଗାପୁରୀ-ତାହିରପୁର ରାସ୍ତାର ଗୋଲେଇ ଛକରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଘଟାଇଥିବା ଡିଟିସି ବସ୍‌ ଡ୍ରାଇଭର୍‌ ହରି ମୋହନଙ୍କୁ ସ୍ଥାନୀୟ ଲୋକେ ଧରି ପୁଲିସ ଜିମାରେ ଦେଇଛନ୍ତି। କ୍ଲଷ୍ଟର୍‌ ବସ୍‌ର ଚାଳକ ଫେରା ହୋଇଯାଇଛି।

ଦେଖଣାହାରୀଙ୍କ କହିବାନୁସାରେ, କାର୍‌ଟି ଚେପା ଭାଙ୍ଗି ଚେପା ହୋଇଯିବାରୁ ସେଥିରେ ବସିଥିବା ବ୍ୟକ୍ତିଦ୍ୱୟ ଏମିତି ଲାଖି ରହିଯାଇଥିଲେ ଯେ ପୁଲିସବାଲା ଓ ସ୍ଥାନୀୟ ଲୋକେ ପ୍ରାୟ ୩୦ ମିନିଟି ଲାଗି ସେମାନଙ୍କୁ ବାହାର କଲେ। ସେଥିପାଇଁ ଆଇରନ୍‌ କଟର୍‌, ହାତୁଡ଼ି ଓ ଅନ୍ୟାନ୍ୟ ଯନ୍ତ୍ରପାତି ଦରକାର ହୋଇଥିଲା।

ସାମନା ସିଟ୍‌ରେ ବସିଥିବା ସେ ବୃଦ୍ଧା ଓ ତାଙ୍କ ନାତିଙ୍କ ମୁହଁ ଏମିତି ଖଣ୍ଡିଆଖାବରା ହୋଇଥିଲା ଯେ ସେମାନଙ୍କୁ ଚିହ୍ନିବା କାଠିକର ପାଠ ହୋଇଯାଇଥିଲା ବୋଲି ଜଣେ ଦେଖଣାହାରି କହନ୍ତି।

କମଳା ରଙ୍ଗର କ୍ଲଷ୍ଟର୍‌ ବସ୍‌ର ଡ୍ରାଇଭର୍‌ ଦ୍ରୁତ ବେଗରେ ଗାଡ଼ି ଚଳାଇ ଆଣୁଥିବା ବେଳେ ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟିଯାକ ବସ୍‌ ଦୁର୍ଗରପୁରୀ ରୋଡ୍‌ ଆଡୁ ଆସୁଥିଲେ ଏବଂ ଡାହାଣ ପଟକୁ ବୁଲି ତାହିରପୁର ରୋଡ୍‌ ଆଡ଼କୁ ଯିବାକୁ ଉଦ୍ୟମ କରୁଥିଲେ।

କାର୍‌ଟି ତାହିରପୁର ରୋଡ୍‌ ପଟରୁ ଆସୁଥିବା ବେଳେ ଦୁଇଟି ବସ୍‌ ମଧ୍ୟରେ ଚାପି ହୋଇଯାଇଥିଲା। କାର୍‌ଟିର ଡ୍ରାଇଭର ପାଖ ରହିଥିଲା ଡିଟିସି ବସ୍‌ ପଛକୁ ଓ ଯାତ୍ରୀଙ୍କ ପାଖ ରହିଥିଲା କ୍ଲଷ୍ଟର୍‌ ବସ୍‌ ଆଡ଼କୁ। ଦ୍ରୁତ ଗତିରେ ଆସୁଥିବା କ୍ଲଷ୍ଟର୍‌ ବସ୍‌ଟି କାର୍‌ର ଯାତ୍ରୀଙ୍କ ପଟ ଡୋର୍‌ରେ ଧକ୍କାଦେଇ ଗାଡ଼ିଟିକୁ ଡିଟିସି ବସ୍‌ ଆଡ଼କୁ ଠେଲି ଦେଇଥିଲା। ଫଳରେ ସେଥିରେ ଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ମୃତୁ ବ୍ୟକ୍ତିମାନେ ହେଲେ ୭୮ ବର୍ଷୀୟ ଲୀଳାବତୀ ଗର୍ଗ ଓ ତାଙ୍କ ନାତି ୩୧ ବର୍ଷିୟ ଅମିତ କୁମାର ଗର୍ଗ।

ସମ୍ବନ୍ଧିତ ଖବର