ସନାତନ ଧର୍ମଗ୍ରହଣ କଲେ ୭୯ ଜଣ ଜାପାନୀ

ପ୍ରୟାଗରାଜ: ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭ ମେଳାରେ  ଦ୍ୱିତୀୟ ଶାହୀ ସ୍ନାନ ଅବସରରେ ୭୯ ଜଣ ଜାପାନୀ ନାଗରିକ ଆନୁଷ୍ଠାନିକ ଭାବେ ସନାତନ ଧର୍ମରେ ଦିକ୍ଷୀତ ହୋଇଛନ୍ତି। ଆମେରିକା, ଆୟରଲାଣ୍ଡ ଓ କାନାଡାର ଜଣେ ଲେଖାଏଁ ନାଗରିକ ମଧ୍ୟ ସନାତନ ଧର୍ମ ଗ୍ରହଣ କରିଛନ୍ତି। ଏହି ୮୨ ଜଣ ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ଆଧ୍ୟାତ୍ମିକ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁମ୍ଭମେଳାର ସେକ୍ଟର ୧୪ ସ୍ଥିତ ଶକ୍ତିଧାମରେ ତାଙ୍କୁ ଜଗଦଗୁରୁ ସାଇ ମା’ ଦୀକ୍ଷା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଜାପାନରେ ଏବେ ହିନ୍ଦୁ ଧର୍ମ ପ୍ରତି ଆକର୍ଷଣ ବଢିଛି।

ସମ୍ବନ୍ଧିତ ଖବର