ପୁଞ୍ଚ: ଜାମ୍ମୁ ଓ କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍ ଅଫ କଣ୍ଟ୍ରୋଲ( ଏଲଓସି)ର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ନୂଆବର୍ଷ ଆରମ୍ଭରୁ ପାକିସ୍ତାନ ବାରମ୍ବାର ସୀମାନ୍ତରେ ଅସ୍ତ୍ରବିରତି ଉଲଂଘନ ଚଳାଇଛି। ଗତ ୩ ଦିନ ମଧ୍ୟରେ ଏହା ପାକିସ୍ତାନର ୭ମ ଅସ୍ତ୍ରବିରତି ଉଲ୍ଲଂଘନ। ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନା ବିରୋଧ କରୁଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କୌଣସି ନିଘା ଦେଉନାହିଁ । ଆଜି ସକାଳେ ପାକିସ୍ତାନୀ ସେନା ପକ୍ଷରୁ ଭାରତର ଛାମୁଆ ପୋଷ୍ଟ ସହିତ ବେସାମରିକ ଅଞ୍ଚଳରେ ଯୋରଦାର ଗୁଳି ଓ ମୋର୍ଟାର ମାଡ଼ କରାଯାଇଛି। ପାକିସ୍ତାନ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା।
Sambad is now on WhatsApp
Join and get latest news updates delivered to you via WhatsApp
Jammu and Kashmir: Pakistan violates ceasefire in Poonch sector. Indian Army retaliating effectively
— ANI (@ANI) January 10, 2019
This is the 7th ceasefire violation by Pakistan in Poonch sector in the last three days. #JammuAndKashmir https://t.co/m9MOitqsji
— ANI (@ANI) January 10, 2019
ସୂଚନାଯୋଗ୍ୟ ଯେ ଗତ ନୂଆବର୍ଷ ଦିନ ପାକିସ୍ତାନ ସେନା ପୁଞ୍ଚ ର କର୍ମରା ଅଞ୍ଚଳରେ ଥିବା ଭାରତୀୟ ଆଡ୍ଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରିଥିଲା। ପୁଣି ୨ ତାରିଖ ଦିନ ଦ୍ୱିତୀୟ ଦିନ ଲଗାତର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଯଦିଓ ପାକିିସ୍ତାନରଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ହୋଇ ନ ଥିଲେ ତଥାପି ଭାରତୀୟ ସେନା ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା।
ସେହିପରି ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ଏତଦ୍ବ୍ୟତୀତ ଡିସେମ୍ବର ୨୧ ତାରିଖରେ ପାକିସ୍ତାନ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏତଦ୍୍ବ୍ୟତୀତ ପାକିସ୍ତାନର ବର୍ଡ଼ର ଆକ୍ସନ ଟିମ୍୍( ବିଏଟି)ର କଭର ଫାୟାରିଂର ସହାୟତା ନେଇ କେତେକ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରଠାରୁ ଏଲଓସି ଅଶାନ୍ତ ହୋଇ ପଡ଼ିଥିବା ବେଳେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଛି।
ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡ଼ାଜବାବ ଦେଇଥିଲା।