୧୮୯୩ ଜୁନ୍‌ ୭ରେ ମହାତ୍ମାଗାନ୍ଧୀଙ୍କୁ କାହିଁକି ଟ୍ରେନ୍‌ ଡବାରୁ ବାହାରକୁ ଫିଙ୍ଗି ଦେଇଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୧୮୯୩ ଜୁନ୍‌ ଐତିହାସିକ ଘଟଣାର ୧୨୫ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟବକ୍ତା ଭାବେ ଏକ ବଡ଼ କଥା କହିଛନ୍ତି। ସୁଷମା କହିଛନ୍ତି, ରଙ୍ଗଭେଦକୁ ବିରୋଧ କରି ଦକ୍ଷିଣ ଆଫ୍ରିକାର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲା। ସେହିପରି ମହାତ୍ମାଗାନ୍ଧି ଓ ନେଲସ୍‌ନ ମଣ୍ଡେଲା ଅନ୍ୟ ଭେଦଭାବ ମାମଲାର ସାମ୍ନା କରୁଥିବା ଲୋକମାନଙ୍କୁ ଆଶାର ଆଲୋକ ମଧ୍ୟ ଦେଖାଇଥିଲେ। ଏହାର ଏକ ପ୍ରଶଂସାଯୋଗ୍ୟ ଘଟଣା ଥିଲା।

୧୮୯୩ ଜୁନ୍‌ ୭ ତାରିଖରେ ଯୁବକ ଆଇନଜୀବୀ ମୋହନଦାସ୍‌ କରମଚନ୍ଦ ଗାନ୍ଧିଙ୍କୁ କେବଳ ଗୋରା ଲୋକଙ୍କ କାରଣରୁ ଟ୍ରେନ୍‌ ଡବା ବାହାରକୁ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାପରେ ସେ ଜଣେ ନୂଆ ଗାନ୍ଧି ଭାବେ ଜନ୍ମ ନେଇଥିଲେ। ଯିଏକି ଭାରତ ସହିତ ଦକ୍ଷିଣ ଆଫ୍ରିକା ଲୋକମାନଙ୍କୁ ଏକ ନୂତନ ଦିଗ ଦେଖାଇଥିଲେ।

ସୂଚନାଯୋଗ୍ୟ, ୧୮୯୩ ମସିହାରେ ଯେତେବେଳେ ମୋହନଦାସ କରମଚନ୍ଦ ଗାନ୍ଧି ଗୁଜୁରାଟର ରାଜକୋଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ ସେତେବେଳେ ଦକ୍ଷିଣ ଆଫ୍ରିକାରୁ ସେଠ ଅବଦ୍ଦୁଲା ତାଙ୍କୁ ମକଦ୍ଦମା ଲଢ଼ିବା ପାଇଁ ଡାକିଥିଲେ। ଗାନ୍ଧି ପାଣି ଜାହାଜରେ ଦକ୍ଷିଣ ଆଫ୍ରିକାର ଡରବନ୍‌ରେ ପହଞ୍ଚିଥିଲେ। ପୁଣି ସେଠାରୁ ୧୮୯୩ ମସିହା ଜୁନ୍‌ ୭ ତାରିଖରେ ଟ୍ରେନ୍‌ରେ ଫେରୁଥିଲେ। ଗାନ୍ଧିଙ୍କ ପାଖରେ ଟ୍ରେନ୍‌ର ଫାଷ୍ଟ କ୍ଲାସ୍‌ ଟିକେଟ ଥିଲା। କିନ୍ତୁ ଟ୍ରେନ୍‌ ଯେତେବେଳେ ପିଟରମାରିଟ୍‌ଜବର୍ଗରେ ପହଞ୍ଚିବାକୁ ଥିଲା ଭାରତୀୟ ହେବା ହେତୁ ତାଙ୍କୁ ଥାର୍ଡ କ୍ଲାସ୍‌ ଡବାକୁ ଯିବାକୁ କୁହାଯାଇଥିଲା। କାରଣ ସେ ଗୋରାମାନଙ୍କ ରିଜରବେସନ୍‌ ଟ୍ରେନ୍‌ରେ ଥିଲେ। ଗାନ୍ଧି କିନ୍ତୁ ଏହି କଥାରେ ରାଜି ହୋଇ ନଥିଲେ। କାରଣ ତାଙ୍କ ପାଖରେ ଫାର୍ଷ୍ଟ କ୍ଲାସ୍‌ର ଟିକେଟ ଥିଲା। ଏହାପରେ ଗୋରା ଲୋକମାନେ ତାଙ୍କୁ ଜୋରଜବରଦସ୍ତି ଧକ୍କା ଦେଇ ପିଟରମାରିଟ୍‌ଜବଗ ଷ୍ଟେସନ୍‌ରେ ଓହ୍ଲାଇ ଦେଇଥିଲେ। ଏହାପରେ ଭାରତୀୟଙ୍କ ସହିତ ହେଉଥିବା ଅନ୍ୟାୟ ବିରୋଧରେ ଲଢ଼ିବେ ବୋଲି ଗାନ୍ଧି ଅଣ୍ଟା ଭିଡିଥିଲେ।

ସମ୍ବନ୍ଧିତ ଖବର