ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୮ ପୂର୍ବତନ ସେନାପ୍ରମୁଖ

ନୂଆଦିଲ୍ଲୀ: ଭାରତର ଆଠଜଣ ପୂର୍ବତନ ସେନା ପ୍ରମୁଖ ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହି ସେନା ପ୍ରମୁଖମାନେ ସମସ୍ତେ ସୁପ୍ରିମ କମାଣ୍ଡର ଥିଲେ। ସେମାନେ ଚିଠିରେ ଜଣାଇଛନ୍ତି ଯେ ରାଷ୍ଟ୍ରପତି ସମସ୍ତ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ କେହି ବି ମିଲିଟାରି ଆକ୍ସନ ବା ଅପରେସନର ରାଜନୀତିକରଣ ନ କରନ୍ତୁ। ଏହି ପତ୍ରରେ କୌଣସି ଏକ ରାଜନୈତିକ ଦଳର ନାମ ଉଲ୍ଲେଖ କରାଯାଇ ନାହିଁ ବା କାହାରିକୁ ଆକ୍ଷେପ କରାଯାଇନାହିଁ।

ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ଏହି ପୂର୍ବତନ ସେନା ପ୍ରମୁଖମାନଙ୍କ ମଧ୍ୟରେ ଅଛନ୍ତି ଜେନେରାଲ ଏସ ଏଫ୍‌ ରାଡ୍ରିଗ୍‌ଜ, ଜେନେରାଲ ଶଙ୍କର ରାୟ ଚୌଧୁରୀ, ଜେନେରାଲ ଦୀପକ କପୁର, ଆଡମିରାଲ୍‌ ଲକ୍ଷ୍ମୀନାରାୟଣ ରାମଦାସ,ଆଡମିରାଲ୍‌ ବିଷ୍ଣୁ ଭାଗବତ,ଆଡମିରାଲ୍‌ ଅରୁଣ ପ୍ରକାଶ, ଆଡମିରାଲ୍‌ ସୁରେଶ ମେହେଟ୍ଟା ଓ ଚିଫ୍‌ ମାର୍ସାଲ୍‌ ଏନ୍‌ ସି ସୁରୀ। ଏମାନେ ସମସ୍ତେ ଏକ ସ୍ୱରରେ ରାଷ୍ଟ୍ରପତିଙ୍କୁ ଦେଶର ସେନାର ଧର୍ମ ନିରକ୍ଷେପ ମୂଲ୍ୟକୁ ସୁରକ୍ଷିତ ରଖିବା ଲାଗି ଆଗ୍ରହ କରିଛନ୍ତି।

 

ସମ୍ବନ୍ଧିତ ଖବର