ବିମାନ ଦୁର୍ଘଟଣାରେ ଆଠଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ୧୨ବର୍ଷୀୟ ବାଳକ

ଜକାର୍ତା: ଇଣ୍ଡୋନେସିଆରେ ଶନିବାର ଏକ ବିମାନ ଦୁର୍ଘଟଣାରେ ଆଠଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କେବଳ ଜଣେ ୧୨ବର୍ଷର ବାଳକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଦୁର୍ଘଟଣା ବିମାନ ସହିତ ସମ୍ପର୍କ ଛିନ୍ନ ହେବା କାରଣରୁ ଘଟିଥିବା ସନ୍ଦେହ କରାଯାଉଛି। ବିମାନର ଖଣ୍ଡବିଖଣ୍ଡିତ ଅଂଶ ରବିବାର ସକାଳେ ଓକିସବିଲ ପାହାଡ ଅଞ୍ଚଳର ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପାପୁଆ ସୈନ୍ୟ ପ୍ରବକ୍ତାଙ୍କ କହିବାନୁସାରେ, ଆଠଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଏହି ବିମାନ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମାତ୍ର ଜଣେ ବାଳକ ବର୍ତ୍ତି ଯାଇଛି। ଗୁରୁତର ଆହତ ଅବସ୍ଥାରେ ଉକ୍ତ ବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବାଳକର ଅବସ୍ଥା ସ୍ଥିର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ଇଣ୍ଡୋନେସିଆର ପାହାଡିଆ ଅଞ୍ଚଳରେ ଏକ ଘରୋଇ ଚାର୍ଟର୍ଡ କମ୍ପାନିର ଛୋଟ ବିମାନ ଶନିବାର ନିଖୋଜ ହୋଇଯାଇଥିଲା। ସୁଇଜରଲ୍ୟାଣ୍ଡ ନିର୍ମିତ ପିଲାଟସ୍‌ ପିସି-୬ ଏୟାରକ୍ରାପ୍ଟର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହିତ ସମ୍ପର୍କ ସେହି ସମୟରେ ଛିନ୍ନ ହୋଇଯାଇଥିଲା ଯେତେବେଳେ ବିମାନଟି ରିମୋଟ ଏରିଆସ୍ଥିତ ପାପୁଆ ପ୍ରଭିନ୍ସରୁ ୪୫ ମିନଟ୍‌ ଦୂରରେ ଥିଲା।

ସମ୍ବନ୍ଧିତ ଖବର