ମାଲକାନଗିରି: ପୁଲିସ ଗୁଳିରେ ୮ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ଆଜି ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ କମ୍ବିଂ ଅପରେସନ୍‌ ସମୟରେ ନକ୍ସଲ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୮ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ୫ଟାରୁ ଏହି ଏନକାଉଣ୍ଟର ଚାଲିଥିଲା।


ତେେଲେଙ୍ଗାନା ପୁଲିସ ଠାରୁ ମିଳିଥିବା ସୂଚନରା ଅନୁଯାୟୀ, ଭଦ୍ରାଦି କୋଥାଗୁଡେମ୍‌ ଜିଲ୍ଲାର ମାମିଦିପାଲେମ୍‌ ଗ୍ରାମ ନିକଟସ୍ଥ ନେଲାମଡ଼ଗୁ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟ ସମୟରେ ଟେକୁଳାପାଲି ମଣ୍ଡଳମ୍‌ର ୮ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ନକ୍ସଲମାନେ ଚନ୍ଦ୍ର ପୁଲ୍ଲ ରେଡ୍ଡି ଗ୍ରୁପ୍‌ର ବୋଲି ଜଣାପଡ଼ିିଛି। ଯଦିଓ ବର୍ତ୍ତମାନ ଚନ୍ଦ୍ରପୁଲ ରେଡ୍ଡୀ ଜୀବିତ ନାହାଁନ୍ତି, ମାତ୍ର ତାଙ୍କ ନାମରେ ଗଠିତ ଓ ଜଣାଶୁଣା ସିପି ଗ୍ରୁପ ତେଲେଙ୍ଗାନାରେ ବେଶ୍‌ ସକ୍ରୀୟ ରହିଛି। ଏହି ଗ୍ରୁପ୍‌ର ମୁଖ୍ୟ ବର୍ତ୍ତମାନ ତେଲେଙ୍ଗାନା ଜେଲରେ ବନ୍ଦ ଅଛନ୍ତି। ନିକଟରେ ଏହି ଗ୍ରୁପ୍‌ର କେତେ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର