ଇଣ୍ଟର୍ନେଟ୍ରେ ଛାଇଲା କୁନି ପିଲାର ମହାନତା, ଦେଖନ୍ତୁ କିପରି ଜଣେ ବୟସ୍କା ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚା ପାଲଟିଲେ ବାଳକ
ଓ୍ଵାଶିଂଟନ: କାହାକୁ ସାହାଯ୍ୟ କରିବା ପାଇଁ ବୟସର ଆବଶ୍ୟକତା ପଡ଼େନି, ସୁନ୍ଦର ହୃଦୟଟିଏ ହେଲେ ହେଲା। ୮ ବର୍ଷିଅ ଜଣେ ଶିଶୁଟିର ଏକ ଭିଡିଓ ଇଣ୍ଟର୍ନେଟ୍ରେ ନିକଟରେ ଭାଇରାଲ୍ ହୋଇଛି। ଶିଶୁଟି କିପରି ଭାବେ ଜଣେ ବୟସ୍କା ମହିଳାଙ୍କୁ ସାହାଯ୍ୟ କରୁଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ ପାଲଟିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ବୟସ୍କା ମହିଳା ପାହାଚ ଚଢୁଛନ୍ତି। ମହିଳା ଜଣଙ୍କୁ ପାହାଚ ଚଢ଼ିବାରେ ସାହାଯ୍ୟ କରୁଛନ୍ତି ଶିଶୁ ଜଣକ। ହାତ ଧରି ସେ ମହଳାଙ୍କୁ ଉପରକୁ ଉଠାଇ ନେଉଥିବାର ଦେଖିବାକୁ ମିଳିଛି।
ଏହି ସହୃଦୟ ଶିଶୁ ଜଣକ ହେଉଛନ୍ତି ଜର୍ଜିଆର ମୟୁରିସ୍ ଆଡମସ୍ ଜୁନିୟର୍। ପିଲାଟି ମହିଳାଙ୍କୁ ସାହାଯ୍ୟ କରିବା ପରେ ମହିଳା ଜଣକ ଶେଷରେ ପିଲାଟିକୁ ଧନ୍ୟବାଦ୍ ଦେବା ସହ ଖୁସିରେ ଆଲିଙ୍ଗନ କରି ନିଜର କୃତଜ୍ଞତା ଜ୍ଞାପନ କରୁଥିବାର ଦୃଶ୍ୟ ବେଶ୍ ଆକର୍ଷଣୀୟ।
ମହିଳା ଜଣକ ଯିବା ପରେ ମୟୁରିସ୍ ଖୁସିରେ ନିଜ କାର୍ ଆଡ଼େ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଶିଶୁଟି ଯେତେବେଳେ ଉକ୍ତ ବୟସ୍କା ମହିଳାଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଥିଲେ ତାଙ୍କ ଅଜାଣତରେ ଜଣେ ବ୍ୟକ୍ତି ଏହି ଭିଡିଓ ସୁଟ୍ କରି ପରବର୍ତ୍ତୀ ମୁହୂର୍ତ୍ତରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଏବେ ତାହା ଚର୍ଚ୍ଚା ପାଲଟିିଛି।
ରିଲେନ୍ ଡୁନ୍କାନ୍ ନାମକ ବ୍ୟକ୍ତି ଏହି ଭିଡିଓ କରି ପ୍ରଥମେ ନିଜ ଫେସ୍ବୁକ୍ରେ ପୋଷ୍ଟ କରିବା ସହ ଲେଖିଛନ୍ତି କି ‘ଧନ୍ୟବାଦ୍ ଭଗବାନ!ଏପରି ସୃଷ୍ଟି ପାଇଁ’।
ଏହି ଭିଡିଓଟିର ଇତିମଧ୍ୟରେ ପାଖାପାଖି ୩ କୋଟି ଭିୟୁ ହେବା ସହ ଏହା ୨୦ ହଜାର ଥର ସେୟାର୍ ହୋଇ ସାରିଲାଣି।