ବିଦେଶରୁ ନିଜ ଦେଶକୁ ଟଙ୍କା ପଠାଇବା ମାମଲାରେ ଚଳିତ ବର୍ଷ ମଧ୍ୟ ଶୀର୍ଷ ସ୍ଥାନରେ ଭାରତୀୟ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ଅନୁସାରେ, ବିଦେଶରୁ ନିଜ ଦେଶକୁ ଟଙ୍କା ପଠାଇବା ମାମଲାରେ ଆମ ଦେଶ ଚଳିତ ବର୍ଷ ମଧ୍ୟ ଶୀର୍ଷ ସ୍ଥାନରେ ରହିଛି । ପ୍ରବାସୀ ଭାରତୀୟମାନେ ଚଳିତ ବର୍ଷ ୮୦ ବିଲିୟନ ଡଲାର ଭାରତକୁ ପଠାଇଛନ୍ତି । ଏହି କ୍ରମରେ ଚୀନ ନାଗରିକ ନିଜ ଦେଶକୁ ୬୭ ବିଲିୟନ ଡଲାର ପଠାଇଛନ୍ତି ।

ଚୀନ ପରେ ମେକ୍ସିକୋକୁ ୩୪ ବିଲିୟନ ଡଲାର, ଫିଲପାଇନ୍‌ସକୁ ୩୪ବିଲିୟନ ଡଲାର ଓ ଇଜିପ୍ଟକୁ ୨୬ ବିଲିୟନ ଡଲାର ପ୍ରବାସୀମାନେ  ପଠାଇଛନ୍ତି । ବିଗତ ୩ ବର୍ଷ ମଧ୍ୟରେ ଭାରତକୁ ଅାସୁଥିବା ଟଙ୍କାରେ ମହତ୍ତ୍ୱପୂର୍ଣ୍ଣ ଭାବେ ଅଭିବୃଦ୍ଧି ଘଟିଛି । ତେବେ ୨୦୧୬ମସିହାରେ ଏହା ୬୨.୭ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୭ରେ ୬୫.୩ ପ୍ରତିଶତରେ ପହଞ୍ଚିଛି । ସେହିପରି ପାକିସ୍ତାନର ପ୍ରବାସୀ ନାଗରିକଙ୍କ ଦ୍ଵାରା ପଠାଯାଉଥିବା ଟଙ୍କା କ୍ରମଶଃ ୧୭.୯ ପ୍ରତିଶତ ଓ ବାଂଲାଦେଶରେ ୧୩ ପ୍ରତିଶତ ରହିଛି ।

ତେବେ ବିକାଶଶୀଳ ରାଷ୍ଟ୍ରମାନେ ପଠାଉଥିବା ଟଙ୍କା ଚଳିତ ବର୍ଷ ୧୦ ପ୍ରତିଶତ ବୃଦ୍ଧି ପାଇ ୫୨୮ ବିଲିୟନ ଡଲାରରେ ପହଞ୍ଚିଛି । ଗତ ବର୍ଷ ମଧ୍ୟ ୭.୮ ପ୍ରତିଶତ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଥିଲା । ସେହିପରି ସାରା ଦୁନିଆରେ ପଠାଉଥିବା ରାଶି ୧୦.୩ ପ୍ରତିଶତ ବୃଦ୍ଧି ପାଇ ୬୮୯ ବିଲିୟନ ଡଲାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର