ଝଡ଼ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଲା, ଆସନ୍ତା ୩ ଦିନ ପାଇଁ ଚେତାବନି ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଗତକାଲି ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଦେଶର ୫ଟି ରାଜ୍ୟରେ ହୋଇଥିବା ପ୍ରବଳ ଝଡ଼ବର୍ଷା ଓ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ୮୦ ରେ ଓ ଆହତ ସଂଖ୍ୟା ୧୩୬ରେ ପହଞ୍ଚିଛି । କେବଳ ଉତ୍ତରପ୍ରଦେଶରେ ୫୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ପଶ୍ଚିମବଙ୍ଗରେ ୧୪, ଆନ୍ଧ୍ରପ୍ରଦେଶରେ ୧୨ ଦିଲ୍ଲୀରେ ଦୁଇ ଓ ଉତ୍ତରାଖଣ୍ଡରେ ଜଣେ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଏସବୁ ରାଜ୍ୟରେ ଅନେକ ଗଛ ଉପୁଡିବା ସହ ଅନେକ ବାସଗୃହ ଭାଙ୍ଗିଯାଇଛି । ୧୨ ଦିନ ପୂର୍ବେ ଉତ୍ତରପ୍ରଦେଶ,ରାଜସ୍ଥାନରେ ହୋଇଥିବା ଭୟଙ୍କର ଧୂଳିଝଡ଼ ଓ ବର୍ଷା ଫଳରେ ୧୩୪ ଜଣ ମୃତ୍ୟୁବରଣ କରିବା ସହ ୪୦୦ ଜଣ ଆହତ ହୋଇଥିଲେ । ତେବେ ବିପଦ ଏତିକିରେ ସରିନାହିଁ । ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର,ଛତିଶଗଡ, ଉପକୂଳବର୍ତ୍ତି ଆନ୍ଧ୍ରପ୍ରଦେଶ, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କାଳବୈଶାଖି ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର