୮୦% ଇଂଜିନିୟର୍‌ ଚାକିରି ପାଇଁ ଅଯୋଗ୍ୟ

ନୂଆଦିଲ୍ଲୀ: ପ୍ରତି ବର୍ଷ ହଜାର ହଜାର ଛାତ୍ର ଇଂଜିନିୟରିଂ ପାଠ ପଢି ଉତ୍ତୀର୍ଣ ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାକିରି ପାଇଁ ଯୋଗ୍ୟ ନୁହନ୍ତି। ବିଶେଷ କରି ସେମାନେ ପଢିବା ବେଳେ ନୂଆ ଯୁଗରେ ଉପଯୋଗ ହେଉଥିବା ବୈଷୟିକ ଜ୍ଞାନ ସଂପର୍କରେ ଶିକ୍ଷ‌‌ା ପାଉ ନାହାନ୍ତି। ଫଳରେ ଏଭଳି ଉତ୍କଟ ସମସ୍ୟା ଦେଖାଦେଇଥିବା ପ୍ରକାଶ କରିଛି ଅସ୍ପାଇରିଙ୍ଗ୍‌ ମାଇଣ୍ଡସ୍‌ ନାମକ ଚାକିରି ସର୍ବେକ୍ଷଣ ସଂସ୍ଥା। ସଂସ୍ଥାର ମୁଖ୍ୟ ବୈଷୟିକ ଅଧିକାରୀ ବରୁଣ ଅଗ୍ରୱାଲ୍‌ଙ୍କ ମତରେ ଇଂଜିନିୟରିଙ୍ଗ୍‌ ଛାତ୍ରମାନେ ପଢିଲାବେଳେ କେବେଳ ଥିଓରୀ ଉପରେ ହିଁ ଜ୍ଞାନ ଅର୍ଜନ କରିଥାନ୍ତି। ବହୁତ କାମ ଛାତ୍ର ଇଣ୍ଟର୍ନସିପ୍‌ କରିଥାନ୍ତି ତେଣୁ ଆଜିର ଦୁନିଆରେ ଯେଭଳି ଭାବେ ବୈଷୟିକ ଜ୍ଞାନ କର୍ମକ୍ଷେତ୍ରରେ ଆବଶ୍ୟକ ପଡୁଛି ତାହା ସେମାନେ ପାଇନଥାନ୍ତି। ନିର୍ଦିଷ୍ଟ ଭାବେ ‘ଫିଲ‌୍ଡ ଏକ୍ସପୋଜର୍‌’ ନଥିବା ଯୋଗୁଁ ଅଧିକାଂଶ ଇଂଜିନିୟରିଂ ଛାତ୍ର ଡିଗ୍ରୀ ଏବଂ ଡିପ୍ଲୋମା ପାଇଥିଲେ ମଧ୍ୟ ଅଯୋଗ୍ୟ ବିବେଚିତ ହୋଇଥାନ୍ତି। ସର୍ବେକ୍ଷଣରୁ ଜଣାପଡିଛି ଭାରତର ମାତ୍ର ୩.୮୪ ପ୍ରତିଶତ ଇଂଜିନିୟରିଂ ଛାତ୍ର ପଢିବା ସମୟରେ ବୈଷୟିକ ଏବଂ ଭାଷାଗତ ଜ୍ଞାନ ପାଇଥାନ୍ତି। ମାତ୍ର ୩ ପ୍ରତିଶତ ମେଧାବୀ ଆଜିର ବୈଷୟିକ ଜ୍ଞାନକୌଶଳ ଅର୍ଜନ କରିଥାନ୍ତି। କେବଳ ୧.୭ ପ୍ରତିଶତ ଛାତ୍ରଙ୍କ ଆଧୁନିକ ଯୁଗର ଜ୍ଞାନ ଥାଏ। ସୂଚନା ମୁତାବକ ମାତ୍ର ୪୦ ପ୍ରତିଶତ ଛାତ୍ର ପଢିଲା ବେଳେ ଇଣ୍ଟର୍ନସିପ୍‌ କରିଥାନ୍ତି। ଉକ୍ତ ୪୦ ପ୍ରତିଶତ ମଧ୍ୟରୁ ମାତ୍ର ୭ ପ୍ରତିଶତ ହିଁ ଏକରୁ ଅଧିକ ଇଣ୍ଟର୍ନସିପ୍‌ କରିଥିବା ପ୍ରକାଶ। ମୁଖ୍ୟ ବିଷୟ ହେଲା କେବେଳ ୩୬ ପ୍ରତିଶତ ଛାତ୍ର ହିଁ ପଢିଲା ବେଳେ ପ୍ରୋଜେକ୍‌ଟ କରିଥାନ୍ତି ଯାହା ସେମାନଙ୍କୁ ଚାକିରି ବେଳେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବା ସହ ନୂତନ ଜ୍ଞାନକୌଶଳ ଅର୍ଜନ କରିବାରେ ସହାୟକ ‌େହାଇଥାଏ। ୬୦ ପ୍ରତିଶତ ଇଂଜିନିୟରିଂ ଶିକ୍ଷକ ଥିଓରି ହିଁ ପଢ଼ାଇଥାନ୍ତି। ଭାରତ ଅପେକ୍ଷା ଆମେରିକା ଏବଂ ଚୀନର ୩/୪ ଗୁଣ ଅଧିକ ଇଂଜିନିୟରିଂ ଛାତ୍ର ବୈଷୟିକ ଜ୍ଞାନକୌଶଳରେ ଧୁରନ୍ଧର ଥିବା ଅସ୍ପାଇରିଙ୍ଗ୍‌ ମାଇଣ୍ଡସ୍‌ ପ୍ରକାଶ କରିଛି I

ସମ୍ବନ୍ଧିତ ଖବର