୮୨୪ କୋଟିପତି, ୪୬୮ଙ୍କ ନାମରେ ଅପରାଧ ମାମଲା

ନୂଆଦିଲ୍ଲୀ: ଚଳିତ ‌ଲୋକସଭା ନିର୍ବାଚନରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ୨ ହଜାର ୯୨୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୮୨୪ ଜଣ କୋଟିପତି ଥିବା ବେଳେ ୪୬୮ ଜଣଙ୍କ ନାମରେ ଅପରାଧ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୩୧୩ ଜଣଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଛି।
ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ‌େଲାକସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ୧୨୭୯ ଜଣ ପ୍ରାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ୪୦୧ ଜଣ ହେଉଛନ୍ତି କୋଟିପତି। କଂଗ୍ରେସର ସର୍ବାଧିକ ୬୯ ଜଣ କୋଟିପତି ଥିବା ବେଳେ ବିଜେପିର ୬୫, ଟିଡିପିର ୨୫ ଏବଂ ବିଏସପିର ୧୫ ଜଣ ଅଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ପ୍ରାର୍ଥୀ ବିଶେଶ୍ବର ରେଡୀ ହେଉଛନ୍ତି ସବୁଠାରୁ ଧନୀ। ତାଙ୍କ ନାମରେ ୮୯୫ କୋଟି ଟଙ୍କାର ସଂପତ୍ତି ରହିଛି।
ସେହିଭଳି ଏହି ପର୍ଯ୍ୟାୟରେ ୨୧୭ ଜଣ ପ୍ରାର୍ଥୀ ସେମାନଙ୍କର ଅପରାଧ ରେକର୍ଡ ଦର୍ଶାଇଛନ୍ତି। ୧୪୬ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଗୁରୁତର ଅପରାଧ ରହିଥିବା ଉଲ୍ଲେଖ କରିଛନ୍ତି। କଂଗ୍ରେସର ୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୫ ଜଣଙ୍କ ନାମରେ ଅପରାଧ ମାମଲା ଥିବା ବେଳେ ବିଜେପିର ୮୩ ଜଣଙ୍କ ମଧ୍ୟରୁ ୩୦, ୱାଇଏସଆରର ୨୫ ଜଣଙ୍କ ମଧ୍ୟରୁ ୧୩ ବିଏସପିର ୩୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ନାମରେ ଅପରାଧ ମାମଲା ରହିଛି।
ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୬୪୪ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୨୩ ଜଣ କୋଟିପତି ଥିବା ବେଳେ ୨୫୧ ଜଣଙ୍କ ନାମରେ ଅପରାଧ ମାମଲା ରହିଛି। ୧୬୭ ଜଣଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଛି। ଏଥିରେ କଂଗ୍ରେସର ସର୍ବାଧିକ ୧୭ ଜଣ ଥିବା ବେଳେ ଏହା ପଛକୁ ରହିଛନ୍ତି ବିଜେପି (୧୦) ଏବଂ ବିଏସପି (୧୦)। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୭ଟି ‌େଲାକସଭା ଆସନରେ ‌େଭାଟ ଗ୍ରହଣ କରାଯିବ।
ତେବେ ‌ସବୁଠାରୁ ନୈରାଶ୍ୟଜନକ କଥ‌ା ହେଉଛି ଯେ ମୋଟ୍ ୧୨୭୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୮୯ ଜଣ (୭%) ହେଉଛନ୍ତି ମହିଳା ପ୍ରାର୍ଥୀ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ମାତ୍ର ୧୨୦ (୮%) ମହିଳା ପ୍ରାର୍ଥୀ ଅଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୧୨୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୬୬ ଜଣ ପ୍ରାର୍ଥୀ ଏମିତି ଅଛନ୍ତି ‌େଯଉଁମା‌େନ ସଂପୂର୍ଣ୍ଣ ରୂପେ ଅଶିକ୍ଷିତ। ୧୯ ଜଣ କେବଳ ଲେଖିବା ଓ ପଢ଼ିବା ଜାଣିଥିବା ବେଳେ ୫୨୬ ଜଣ ଶିକ୍ଷାଗତ ଯୋଗ୍ୟତା ହେଉଛି ପଞ୍ଚମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ। ୬୧୯ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ତାଠାରୁ ଅଧିକ।

ସମ୍ବନ୍ଧିତ ଖବର