୮୭ ବର୍ଷିଅ ବୃଦ୍ଧ ତାଙ୍କ କରୋନା ଭାଇରସ୍‌ ଆକ୍ରାନ୍ତ ପତ୍ନୀଙ୍କ ଯତ୍ନ ନେଉଥିବା ବେଳର ଭିଡିଓ ଭାଇରାଲ୍‌

ବେଜିଂ: ମହାମାରୀ କରୋନା ଭାଇରସ୍‌ ଚୀନରୁ ସୃଷ୍ଟି ହେବା ପରେ ଇଣ୍ଟର୍‌ନେଟ୍‌ରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସବୁ ଦେଖିବାକୁ ମିଳିଛି। ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହା ଆପଣଙ୍କ ଆଖିରୁ ଲୁହ ଖାସାଇ ଦେବ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ୮୭ ବର୍ଷିଅ ବୃଦ୍ଧ ତାଙ୍କ କରୋନା ଭାଇରସ୍ ଆକ୍ରାନ୍ତ ପତ୍ନୀଙ୍କର ଯତ୍ନ ନେଉଛନ୍ତି। ବୃଦ୍ଧ ଜଣକ ନିଜେ ମଧ୍ୟ ଏହି ମହାମାରୀ ଭାଇରସ୍‌ରେ ଆକ୍ରାନ୍ତ ବୋଲି ସୂଚନା ରହିଛି।

ପିପୁଲ୍‌ସ ଡେଲି, ଚାଇନାର ଅଫିସିଆଲ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଭିଡିଓଟି ସେୟାର୍‌ ହୋଇଛି। ଭିଡିଓରେ ମହିଳା ଜଣକ ମୁହଁରେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ବୃଦ୍ଧ ଜଣକ ତାଙ୍କ ପତ୍ନୀଙ୍କୁ ଖୁଆଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ରହିଛି ଯେ ବୃଦ୍ଧ ଜଣକ ଗୋଟାଏ ହସ୍ପିଟାଲ୍‌ରେ ତାଙ୍କ ପତ୍ନୀଙ୍କ ୱାର୍ଡକୁ ଲାଗି ରହିଥିବା ଅନ୍ୟ ଏକ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସେ ମଝିରେ ମଝିରେ ତାଙ୍କ ପତ୍ନୀଙ୍କ ନିକଟକୁ ଆସି ପତ୍ନୀଙ୍କ ଯତ୍ନ ନେଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର