ବିହାରର ବୈଶାଳୀରେ ସୀମାଞ୍ଚଳ ଏକ୍ସପ୍ରେସ୍‌ର ୯ ବଗି ଲାଇନ୍‌ଚ୍ୟୁତ; ୬ ମୃତ

ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାରେ ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସ୍‍ପ୍ରେସ୍‌ର ନଅଟି ଡବା ଧାରଣାରୁ ବାହାରି ଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

ମେହନାର ରୋଡ୍‌ ଅତିକ୍ରମ କରିବା ପରେ ପାହାନ୍ତା ପ୍ରାୟ ୩:୫୮ ମିନିଟ୍‌ରେ ସହଦାଇ ବୁଜୁର୍ଗ ଠାରେ ରେଳଗାଡ଼ିଟି ଦୁର୍ଘଟନାଗ୍ରସ୍ତ ହୋଇଛି।

ଗୋଟିଏ ଜେନେରାଲ୍‌ କୋଚ୍‌, ଗୋଟିଏ ଏସି କୋଚ୍‌ (୩ବି), ତିନୋଟି ସ୍ଲିପର୍‌ କୋଚ୍‌ (ଏସ୍‌୮, ଏସ୍‌୯, ଏସ୍‌୧୦) ଏବଂ ଆଉ ଚାରିଟି କୋଚ୍‌ ଧାରଣାଚ୍ୟୁତ ହୋଇଥିବା କଥା ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖପାତ୍ର ରାଜେଶ କୁମାର କହିଛନ୍ତି।
ରେଳ ଦୁର୍ଘଟନା ଯୋଗୁଁ ଛଅଜଣ ଲୋକ ମରିଥିବା କଥା ରେଳବାଇ କହିଛି।

ଦୁର୍ଘଟନା ଘଟିବା ସମୟରେ ୧୨୪୮୭ ଯୋଗବାଣୀ-ଆନନ୍ଦ ବିହାର ସୀମାଞ୍ଚଳ ଏକ୍ସ୍‌ପ୍ରେସ୍‌ ଦ୍ରୁତ ବେଗରେ ଗତି କରୁଥିଲା।
ସୋନପୁର ଏବଂ ବରାଉନିରୁ ଦଳେ ଡାକ୍ତର ଘଟନାସ୍ଥଳକୁ ଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଲାଗି ଗୋଟିଏ ଆକ୍ସିଡେଣ୍ଟ୍‌ ରିଲିଫ୍‌ ଟ୍ରେନ୍‌ ମଧ୍ୟ ପଠାଯାଇଛି। ଦୁର୍ଘଟନା ସ୍ଥଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଚାଲିଥିବା କଥା ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଛନ୍ତି।

ରେଳବାଇ ତରଫରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି- ସୋନପୁର 06158221645, ହାଜିପୁର 06224272230 ବରାଉନି 06279232222।

ସମ୍ବନ୍ଧିତ ଖବର