ପୋଲିଓର ଦୁଇ ବୁନ୍ଦା ନେବା ପରେ ମୃତ୍ୟୁବରଣ କଲା ୯ ମାସର ଶିଶୁ

ବାନ୍ଦା(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ପୋଲିଓ ଖାଇବା ପରେ ଜଣେ ୯ମାସର ଶିଶୁ ମୃତ୍ୟୁବରଣ କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଉଥିବା କହିଛନ୍ତି ଡିଏମ୍‌ ଏଚ୍‌.ଲାଲ୍‌ । ଦୋଷୀ ସାମ୍ନାକୁ ଆସିବା ପରେ ତା’ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏମ୍‌ ଏଚ୍‌.ଲାଲ୍‌ । ଏହା ସହ ପୋଲିଓ ବୁନ୍ଦା ଦିଆଯାଇଥିବା ସିସିଟିଭି ଯାଞ୍ଚ ପାଇଁ ପଠାଯିବ ବୋଲି କହିଛନ୍ତି ସିଏମ୍‌ଓ ଡ଼ାକ୍ତର ସନ୍ତୋଷ କୁମାର ।

ତାଙ୍କ କହିବା ଅନୁଯାୟୀ, ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଦୁଇଟି ଡ଼ାକ୍ତରୀ ଟିମ୍‌ ଶିଶୁର ଶବ ବ୍ୟବଚ୍ଛେଦ କରିବେ । ପୋଲିଓ ଔଷଧ ଛୋଟ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । କିନ୍ତୁ ୯ମାସର ଶିଶୁର ମୃତ୍ୟୁ କେମିତି ଏବଂ କ’ଣ ପାଇଁ ହେଲା, ତାହା ଜାଣିବା ପାଇଁ ଯାଞ୍ଚ ଆରମ୍ଭ ହୋଇ ଯାଇଛି ।

The Financial Express

ସୂଚନା ମୁତାବକ, ବାନ୍ଦାର ଶମ୍ଭୁ ନଗରରେ ରହୁଥିବା ସୂର୍ଯ୍ୟ କୁମାର ଶୁକ୍ଲାଙ୍କ ୯ମାସର ଝିଅ ଇଶିତାଙ୍କୁ ଗତକାଲି ଏଏନ୍‌ଏମ୍‌ଙ୍କ ଟିମ୍‌ ଘରକୁ ଯାଇ ପୋଲିଓ ବୁନ୍ଦା ଦେଇଥିଲେ । ଏହା ପରେ ଇଶିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡ଼ାକ୍ତରଖାନା ନେବା ବେଳକୁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର