ମୋଦିଙ୍କୁ ୯ ପଇସାର ଚେକ୍‌ ପଠାଇଲେ ତେଲେଙ୍ଗାନା ଯୁବକ

ନୂଆଦିଲ୍ଲୀ : ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ବୃଦ୍ଧିକୁ ନେଇ ଏବେ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଥିବାବେଳେ ଆଜି ତେଲେଙ୍ଗାନାର ଜଣେ ଯୁବକ ଏନେଇ ଅତି ଭିନ୍ନ ଢଙ୍ଗରେ ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି। ନିକଟରେ ତେଲେଙ୍ଗାନା ରାଜ୍ୟରେ ପେଟ୍ରୋଲ୍‌ ଦର ୯ ପଇସା କମିଥିବାବେଳେ ତେଲେଙ୍ଗାନାର ସିରସିଲା ଜିଲ୍ଲାର ଚନ୍ଦୁ ଗୌଡ଼ ନାମକ ଜଣେ ବ୍ୟକ୍ତି ଏହି ସମାନ ୯ ପଇସାର ଏକ ଚେକ୍‌ ମୋଦିଙ୍କ ନିକଟକୁ ପଠାଇଛନ୍ତି। ସେ କହିଛନ୍ତି ଏହି ୯ ପଇସାର ଚେକ୍‌ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ପହଞ୍ଚିବା ଦରକାର। ସେ ଏହି ୯ ପଇସାର ଚେକ୍‌କୁ ଜିଲ୍ଲାପାଳ କ୍ରିଷ୍ଣା ଭାସ୍କରଙ୍କୁ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର କରିଛନ୍ତି। ତେବେ ଖୁବ୍‌ ଶୀଘ୍ର ଏହି ଚେକ୍‌ଟିକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ପହଞ୍ଚାଇବାପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର