କୁମ୍ଭମେଳାରେ ଗଣ ନରସଂହାର କରିବା ଲାଗି ଷଡଯନ୍ତ୍ର କରୁଥିବା ଆତଙ୍କବାଦୀ ଧରାପଡ଼ିଲେ

ମୁମ୍ବାଇ: ଆତଙ୍କ ବିରୋଧୀ ସଂସ୍ଥା ଆଇ ଟିଏସ୍‌ ପ୍ରୟାଗରାଜ୍‌ର କୁମ୍ଭମେଳାରେ ରାସାୟନିକ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚୁଥିବା ଅଭିଯୋଗରେ ୯ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାଯାଇଛି। ଏ ଟିଏସ ପକ୍ଷରୁ କୁହାଯାଇଛି ଯେ ଗିରଫ ହୋଇଥିବା ଲୋକେ ଜାନୁଆରି ୨୬ ତାରିଖ ପୂର୍ବରୁ କୁମ୍ଭମେଳାର ବିଭିନ୍ନ ସ୍ଥାନରେ ଖାଦ୍ୟ ପାନୀୟରେ ବିଷ ମିଶାଇ ଗଣ ନରସଂହାର କରିବା ଲାଗି ଷଡଯନ୍ତ୍ର ଚଳାଇ ଥିଲେ।

ଆଇଏସଆଇଏସ ସହିତ ଜଡିତ ୪ଜଣ ଲୋକଙ୍କୁ ପ୍ରଥମେ ପୁଲିସ ଔରଙ୍ଗାବାଦରୁ ଧରିଥିଲା। ସେମାନେ ସେଠାରେ ଏକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବାକୁ ଆସିଥିଲେ। ସେମାନଙ୍କଠାରୁ ବିପୁଳ ମାତ୍ରାରେ ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ଜବତ କରିଥିଲା ଏଟିଏସ୍‌। ସେହି ୪ଜଣଙ୍କଠାରୁ ଅନ୍ୟ ପାଞ୍ଚଜଣ ସାଥୀ ସଂପର୍କରେ ସୂଚନା ହାସଲ କରିବା ପରେ ସେହି ସନ୍ଦିଗ୍ଧ ଅପରାଧୀମାନଙ୍କୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଗିରଫ କରାଗଲା। ଗିରଫ ହୋଇଥିବା ଯୁବକମାନଙ୍କର ବୟସ ୧୮ରୁ ୨୨ ବର୍ଷ ବୋଲି ଜଣାଯାଇଛି। ଏମାନଙ୍କଭିତରୁ ଦୁଇ ଜଣ ଇଂଜିନିୟର ଓ ଜଣେ ଇଂଜିନିୟର ଛାତ୍ର ଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ସେମାନଙ୍କ ମଧ୍ୟରେ ଜଣେ ଫାର୍ମାସିଷ୍ଟ ମଧ୍ୟ ଅଛନ୍ତି। ଏହି ଆତଙ୍କବାଦୀ ଭିତରୁ ଜଣେ ନାବାଳକ ବୋଲି କୁହାଯାଉଛି। ସେମାନଙ୍କ ପାଖରୁ ପେନ୍‌ ଡ୍ରାଇଭ୍‌,ଲାପଟପ୍‌,ଡିଭିଡ,ସିଡି ଓ ବିଭିନ୍ନ କେମିକାଲ ଥିବା ବୋତଲ ଆଦି ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର