ମେଟ୍ରୋ ଷ୍ଟେସନ୍‌ରେ ଆର୍‌ପିଏଫ୍‌ ଯବାନ୍‌ଙ୍କ ବନ୍ଧୁକ ଫୁଟିବାରୁ ୯ ବର୍ଷିୟ ବାଳକ ଆହତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ କୋଲକାତାର ଦମ୍‌ ଦମ୍‌ ମେଟ୍ରୋ ଷ୍ଟେସନ୍‌ରେ ଜଣେ ରେଲ୍‌େଓ୍ଵ ପୁଲିସ ଫୋର୍ସଙ୍କ ଅଫିସିଆଲ୍‌ ବନ୍ଧୁକ ଅଚାନକ ଫୁଟି ଯିବାରୁ ଜଣେ ନଅ ବର୍ଷିୟ ବାଳକ ଆହତ ହୋଇଛି।

ସଦ୍ୟତମ ଖବର ଅନୁସାରେ, ବାଳକ ସହ ସେଠାରେ ଠିଆ ହୋଇଥିବା ତା’ର ମାଆ ମଧ୍ୟ ଗୁଳି ଚୋଟରେ ଆହତ ହୋଇଛନ୍ତି।

ଆର୍‌ପିଏଫ୍‌ ଯବାନ୍‌ ତଳୁ ନିଜର ପର୍ସ ଉଠାଉ ଥିବା ବେଳେ ତାଙ୍କର ସେଲ୍‌ଫ୍‌ ଲୋଡିଙ୍ଗ୍‌ ରାଇଫଲ୍‌ଟି ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା।
ତଳେ ପଡ଼ିଯିବାରୁ ରାଇଫଲ୍‌ର ସେଫ୍‌ଟି କ୍ୟାଚ୍‌ ଫିଟି ଯାଇ ଗୁଳି ଫିଟିଥିଲା। ସେ ଗୁଳି ଯାଇ ନିକଟରେ ଠିଆ ହୋଇଥିବା ସେ ବାଳକ ଓ ତା’ ମାଙ୍କ ଦେହରେ ବାଜିଥିଲା।

ବାଳକଟିର ଗୋଡ଼ରେ ଗୁଳି ଚୋଟ ଲାଗିଥିବା ବେଳେ ମାଆଙ୍କର କାଖରେ ଗୁଳି ଚୋଟ ଲାଗିଛି। ଉଭୟଙ୍କୁ ବେଲ୍‌ଗାଜିଆରେ ଥିବା ଆର୍‌ଜି କୌର୍‌ ମେଡିକାଲ୍‌ କଲେଜ।

ସମ୍ପୃକ୍ତ ଆର୍‌ପିଏଫ୍‌ ଜବାନଙ୍କୁ ପୁଲିସ ଅଟକଛି। ଦମ୍‌ଦମ୍‌ ମେଟ୍ରୋ ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ତଦନ୍ତ କରି ଜାଣିବାକୁ ଚାହୁଁଛନ୍ତି ଘଟଣାଟି ପ୍ରକୃତରେ କେମିତି ଘଟିଲା।

ସମ୍ବନ୍ଧିତ ଖବର