ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରୁ ୯୦% ସଦସ୍ୟ ଦେଲେ ଇସ୍ତଫା, ୨୦୧୯ରେ ମୋଦିଙ୍କ ବିରୋଧରେ କରିବେ ପ୍ରଚାର

0 960

ଗୌହାଟୀ: ଆସାମ ଓ ଗୌହାଟୀରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରୁ ପାଖାପାଖି ୯୦ ପ୍ରତିଶତ ସଦସ୍ୟ ଇସ୍ତଫା ଦେଇଛନ୍ତି। ଏମାନେ କହିଛନ୍ତି, ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ଭାରତୀୟ ଜନତା ପାର୍ଟି ବିରୋଧରେ ପ୍ରଚାର କରିବେ। ଆସାମର ଏକ ଆଞ୍ଚଳିକ ଖବରକାଗଜକୁ ବଜରଙ୍ଗ ଦଳର ପୂର୍ବତନ ଜିଲ୍ଲା ସଂଯୋଜକ ଦୀପଜ୍ୟୋତି ଶର୍ମା କହିଛନ୍ତି, ଗୌହାଟୀରେ ୮୨୦ ବଜରଙ୍ଗ ଦଳ କର୍ମକର୍ତ୍ତାରୁ ୮୧୬ ଜଣ ନିଜର ସଦସ୍ୟତା ଛାଡ଼ି ଦେଇଛନ୍ତି। କୁହାଯାଉଛି ଯେ, ଦୀପଜ୍ୟୋତି ଶର୍ମା ମେ’ ମାସ ୨୪ରେ ସୁରକେଶ୍ୱର ମନ୍ଦିରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇସ୍ତଫା ଦେଇଛନ୍ତି। ଦୀପଜ୍ୟୋତିଙ୍କ ଅନୁସାରେ କେବଳ ଗୌହାଟୀରେ ନୁହେଁ ବରଂ ସମଗ୍ର ଆସାମରେ ବଜରଙ୍ଗ ଦଳର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି। ସେ କହିଛନ୍ତି, ରାଜ୍ୟରେ ୧୪ ହଜାର ସଦସ୍ୟଙ୍କ ମଧ୍ୟରୁ ୧୩ ହଜାର ୯ଶହ ସଦସ୍ୟ ଇସ୍ତଫା ଦେଇଛନ୍ତି।

Panda Mobile only

ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରସଙ୍ଗରେ ଦୀପଜ୍ୟୋତି କହିଛନ୍ତି, ଗୌହାଟୀରେ ୪୦୦ରୁ ୩୮୦ ଜଣ ସଂଗଠନ ଛାଡ଼ିଛନ୍ତି। ଆସାମର ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ପରାମର୍ଶଦାତା ଡ. ଟିକେ ଶର୍ମା ମଧ୍ୟ ସଂଗଠନରୁ ଇସ୍ତଫା ଦେଇଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିବାରୁ ସଂଗଠନରୁ ସଦସ୍ୟମାନେ ଇସ୍ତଫା ଦେଇଛନ୍ତି ବୋଲି ଦୀପଜ୍ୟୋତି କହିଛନ୍ତି। ଇସ୍ତଫା ଦେଇଥିବା ସଦସ୍ୟମାନେ କୁହନ୍ତି, ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯେମିତି ଆଶ୍ୱାସନା ଦେଇଥିଲା, ତାହା ପୂରଣ କରିପାରି ନାହିଁ। ଦୀପଜ୍ୟୋତି ଶର୍ମାଙ୍କ ଅନୁସାରେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆ ଆଗାମୀ ଜୁଲାଇ ୧ରେ ଗୌହାଟୀ ଗସ୍ତରେ ଆସିବେ ଓ ସେ ସେଦିନ ନୂଆ ହିନ୍ଦୁ ସଂଗଠନ ଘୋଷଣା କରିପାରନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.