୯୦୦ କଳାକାର ଓ ସାହିତ୍ୟିକ ବିଜେପି ସପକ୍ଷରେ ଭୋଟ୍‌ ଦେବାକୁ ନିବେଦନ କଲେ

ନୂଆଦିଲ୍ଲୀ: ଅଭିନୟ, ସାହିତ୍ୟ ଓ ସଙ୍ଗୀତ ଜଗତ ସହିତ ଜଡ଼ିତ ୯୦୦ ବ୍ୟକ୍ତି ଆଜି ବିଜେପି ସପକ୍ଷରେ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପୁଣି ଥରେ ଏକ ଶକ୍ତିଶାଳୀ ସରକାର ଜରୁରୀ ବୋଲି ସେମାନେ କହିଛନ୍ତି। ଦେଶ ସର୍ବଦା ଦୃଢ଼ ଓ ସ୍ଥିର ସରକାର ଚାହେଁ। ଦୁର୍ବଳ ଓ ଅସହାୟ ସରକାର ହାତକୁ ଦେଶ ଗଲେ ଦେଶର ଗରିମା ନଷ୍ଟ ହେବ ବୋଲି ସେମାନେ କହିଛନ୍ତି। ବିଜେପି ସପକ୍ଷରେ ଭୋଟ୍‌ ଦେବାକୁ ଖୋଲାଖୋଲି ନିବେଦନ କରିଥିବା ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପଣ୍ଡିତ ଯଶରାଜ, ଉସ୍ତାଦ ଗୁଲାମ ମୁସ୍ତାଫା ଖାନ୍‌, ଶଙ୍କର ମହାଦେବନ, ବିବେକ ଓବରୟ, ମାଳିନୀ ଅବସ୍ଥି, ପଣ୍ଡିତ ବିଶ୍ବ ମୋହନ ଭଟ୍ଟ ପ୍ରମୁଖ ଅଛନ୍ତି। ‘ନେସନ୍‌ ଫାଷ୍ଟ୍‌’ ବ୍ୟାନର୍‌ରେ ୯୦୦ରୁ ଅଧିକ କଳାକାର ଓ ସାହିତ୍ୟିକ ବିଜେପିକୁ ଭୋଟ୍‌ ଦେବାପାଇଁ ନିବେଦନ କରିବା ସହ ଦେଶବିରୋଧୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର