୯୬ବର୍ଷୀୟା ବୃଦ୍ଧାଙ୍କର କଂପ୍ୟୁଟର ଶିଖିବାକୁ ଆଗ୍ରହ

ଅଲପ୍ପୁଝା :କେରଳର ଅଲପ୍ପୁଝା ଜିଲ୍ଲାର ଜଣେ ୯୬ବର୍ଷୀୟା ବୃଦ୍ଧା ଇତିହାସ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଅକ୍ଷରଲକ୍ଷମ୍‌ ସାକ୍ଷରତା ମିଶନ ପରୀକ୍ଷାରେ ୯୬ବର୍ଷୀୟା ବୃଦ୍ଧା କାର୍ତ୍ତିୟାନୀ ଆମ୍ମା ୯୮ପ୍ରତିଶତ ମାର୍କ ରଖି ଏହି ଇତିହାସ ସୃଷ୍ଟି କରିଛନ୍ତି।
ଆମ୍ମା ଏହି ପରୀକ୍ଷାରେ ଟପ୍ପର ହେବା ପରେ ଏବେ କଂପ୍ୟୁଟର ଶିଖିବା ଲାଗି ବି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅକ୍ଷରଲକ୍ଷମ୍‌ ପରୀକ୍ଷାରେ ମୋଟ୍‌ ୪୩ ହଜାର ପରୀକ୍ଷାର୍ଥୀ ଥିଲେ।ଏଥିରେ ୮୦ ଜଣ କଏଦୀ ମଧ୍ୟ ଅଶଂଗ୍ରହଣ କରିଥିଲେ।
ଏଥିରେ ଲେଖନ, ଗଣିତ କୌଶଳ ଆଦିର ପରୀକ୍ଷା କରାଯାଉଥିଲା। ଏହା ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିଲା।
କୁହାଯାଉଛି ଯେ କାର୍ତ୍ତିୟାନୀ ଆମ୍ମା ଆଗରୁ ବି କେତେକ ପରୀକ୍ଷାରେ ଟପର୍‌ ହୋଇଥିଲେ।


‘ଅକ୍ଷରଲକ୍ଷମ୍‌’ ପରୀକ୍ଷାରେ ଟପର ହେବାପରେ ଆମ୍ମାଙ୍କୁ କେରଳର ଶିକ୍ଷାମନ୍ତ୍ରୀ ଗତକାଲି ଏକ ଲାପଟପ୍‌ ଉପହାର ଦେଇଛନ୍ତି। କୁହାଯାଉଛି ଯେ ଆମ୍ମାଙ୍କର କଂପ୍ୟୁଟର ଶିକ୍ଷା ପ୍ରତି ଆଗ୍ରହ ଥିବା ହେତୁ ତାଙ୍କୁ ଲାପଟପ୍‌ ଦିଆଯାଇଛି। କିଛି ମାସ ପୂର୍ବେ ଅକ୍ଷରଲକ୍ଷମ୍‌ ମିଶନ୍‌ ଅନୁଯାୟୀ ଅନ୍ୟ ଏକ ପରୀକ୍ଷାରେ ଶତପ୍ରତିଶତ ମାର୍କ ମିଳିଥିଲା। ଏହି ପରୀକ୍ଷାରେ ଆମ୍ମା ଥିଲେ ସବୁଠାରୁ ବୃଦ୍ଧ ମହିଳା।

ସମ୍ବନ୍ଧିତ ଖବର