ଇଜିପ୍ଟ ସେନା ଗୁଳିରେ ୯ ଆତଙ୍କବାଦୀ ନିପାତ

କାଇରୋ: ପୂର୍ବୋତ୍ତର ଇଜିପ୍ଟର ସାରକୀୟା ଅଞ୍ଚଳରେ ଥିବା ଏକ ଆତଙ୍କବାଦୀ ଶିବିର ଉପରେ ସୁରକ୍ଷାକର୍ମୀଙ୍କ ଚଢ଼ଉ ଫଳରେ ୯ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୂର୍ବରୁ ସୂଚନା ପାଇ ଏକ କୃଷି କ୍ଷେତ୍ରରେ ଲୁଚି ରହିଥିବା ଏହି ଆତଙ୍କବାଦୀଙ୍କ ଉପରେ ସୁରକ୍ଷାକର୍ମୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଭୀଷଣ ଗୁଳି ବିନିମୟ ଘଟିଥିବା ବେଳେ ଘଟଣାସ୍ଥଳରେ ୯ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର