ରାତାରାତି ବସ୍‌ ଷ୍ଟପ୍‌ ପାଲଟି ଗଲା ଘର: ଲୋକେ ଆଶ୍ଚର୍ଯ୍ୟ, ତଦନ୍ତ ଆରମ୍ଭ କରିଛି ପୁଲିସ

ବେଲଗବି : ରାତାରାତି ବନ୍ଧ ନିର୍ମାଣ ବା ରାସ୍ତା କଡ଼ରେ ଚିତ୍ର ଅଙ୍କା ହୋଇଯିବା ଦୃଶ୍ୟ ଆପଣମାନେ ଦେଖିଥିଲେ । କିନ୍ତୁ ଏକ ବସ୍‌ ଷ୍ଟପ୍‌ ଘର ପାଲଟି ଯିବା କଥା ଆପଣମାନେ ଶୁଣିଛନ୍ତି କି?ଏ କଥାଟି ଆପଣମାନଙ୍କୁ ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ଘଟଣାଟି ଘଟିଛି କର୍ଣ୍ଣାଟକର ବେଲଗବି ଜିଲ୍ଲାରେ । ଏହି ଜିଲ୍ଲାର କିଟୁର ତଲୁକ ଅଞ୍ଚଳରେ ଥିବା ଏକ ବସ୍‌ ଷ୍ଟପ୍‌ଟି ରାତାରାତି ଗୋଟିଏ ଘର ପାଲଟି ଯାଇଛି । ଏହି ବିଷୟରେ ଗାଁର ଲୋକମାନଙ୍କୁ କୌଣସି ଖବର ନ ଥିବା ବେଳେ କିଏ ଏପରି କଲା ବୋଲି ପ୍ରଶ୍ନ ଉଠିଛି ।

indiatimes.com

ସୂଚନା ମୁତାବକ,କିଟୁର ତଲୁକରେ ଥିବା ବସ୍‌ ଷ୍ଟପ୍‌ଟି ପୂରା ଖାଲି ଥିବା ବେଳେ ରାତି ମଧ୍ୟରେ ଇଟା ସିମେଣ୍ଟରେ ତାକୁ ବନ୍ଦ କରାଯିବା ସହ ଦୁଇ କବାଟ ଲଗାଯାଇଥିବା ଲୋକେ ଦେଖିବାକୁ ପାଇଥିଲେ । ହଠାତ୍‌ ଏଭଳି କିଏ କଲା ବୋଲି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପୁଲିସ ଏହାକୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର