ସପିଂ କରିବାକୁ ଯାଇଥିଲେ ପରିବାରର ସମସ୍ତ ସଦସ୍ୟ; ଭୁଲ୍‌ରେ ୫ବର୍ଷିଅ ଶିଶୁକୁ ମଲ୍‌ରେ ଛାଡ଼ି ଚାଲି ଆସିଲେ,ତା’ ପରେ….

ତିରୁବନନ୍ତପୁରମ୍‌ : ବେଳେ ବେଳେ ଏମିତି ବି ଘଟେ! ଘରେ ବିବାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପରିବାର ସମସ୍ତ ସଦସ୍ୟ ଜିନିଷ କିଣିବା ପାଇଁ ବାହାରକୁ ଯାଇଥିଲେ। ପରିବାରର ୮ଜଣ ସଦସ୍ୟ ସପିଂ ପାଇଁ କେରଳର କାଲିକଟରେ ଥିବା ସପିଂ ମଲରେ ପହଞ୍ଚିଥିଲେ । ୮ଜଣଙ୍କ ସଦସ୍ୟଙ୍କ ମଧ୍ୟରେ ଜଣେ ୫ବର୍ଷିଅ ଶିଶୁ ମଧ୍ୟ ଥିବା ଜଣା ପଡ଼ିଛି । କିଣା କିଣି ସାରି ସମସ୍ତେ ଘରକୁ ଫେରିଥିବା ବେଳେ ଭୁଲ୍‌ବଶତଃ ୫ବର୍ଷିଅ ଶିଶୁକୁ ସେଠାରେ ଛାଡ଼ି ଚାଲି ଆସିଥିଲେ । ଫଳରେ ମଲ୍‌ ବନ୍ଦ କରିବା ସମୟରେ ମଲ୍‌ର କର୍ମଚାରୀମାନେ ଶିଶୁଟିକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ ।

Shutterstock

ପୁଲିସ ସେଠାରେ ପହଞ୍ଚି ଶିଶୁଟିକୁ ଘରର ଠିକଣା ପଚାରିବା ପରେ ସେ କେବଳ ନିଜର ଏବଂ ସ୍କୁଲର ନାଁ କହି ପାରିଥିଲା । ବିଶେଷ କିଛି ସୂଚନା ନ ମିଳିବାରୁ ଆଲା ପୁଲିସ ସ୍କୁଲର ନାଁ ପାଇଥିବାରୁ ତଦନ୍ତ କରି ୟ ଶିଶୁଟିର ଘରର ଠିକଣା ପାଇ ପାରିଥଇଲେ ଯାହା ପରେ ରାତି ପ୍ରାୟ ୨ଟା ସମୟରେ ଶିଶୁଟି ନିଜ ପରିବାର ଲୋକଙ୍କ ପାଖକୁ ଫେରି ପାରିଥିଲା ।

ସମ୍ବନ୍ଧିତ ଖବର