ଭାରତୀୟ ରାଜନୈତିକ ଆକାଶର ଧ୍ରୁବତାରା ଅସ୍ତମୀତ : ଅମିତ ଶାହା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ଭାରତୀୟ ରାଜନୈତିକ ଆକାଶର ଧ୍ରୁବ ତାରା ଅସ୍ତମୀତ ହୋଇଗଲା । ତାଙ୍କର ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଭାରତୀୟ ଜନତା ପାର୍ଟି ପାଇଁ ତାଙ୍କ ସ୍ଥାନ ସବୁବେଳେ ଅପୂରଣୀୟ ରହିବ । ପରଲୋକରେ ରହି ମଧ୍ୟ ସେ ଦେଶର ଅଗଣୀତ ଜନମାନସକୁ ପ୍ରେରଣା ଦେଇଚାଲିବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗଣମାଧ୍ୟମକୁ ସେ କହିଛନ୍ତି ଯେ ଅଟଳଜୀଙ୍କ ସ୍ୱପ୍ନ ଓ ଅଧୁରା କାର୍ଯ୍ୟକୁ ବିଜେପିର ସବୁ କର୍ମୀ ପୂରଣ କରିବାକୁ ଉଦ୍ୟମ କରିବେ । ବ୍ୟକ୍ତିର ବିୟୋଗରେ ଆଦର୍ଶ ଓ ବିଚାରଧାରାର ଅନ୍ତ ହୁଏ ନାହିଁ ବୋଲି ସେ କହିଛନ୍ତି ।

ଆସନ୍ତା କାଲି ସକାଳ ୭.୩୦ରୁ ୮.୩୦ ପର୍ଯ୍ୟନ୍ତ ବାଜପେୟୀଙ୍କ ମର ଶରୀର ତାଙ୍କ ବାସଭବନରେ ଲୋକମାନଙ୍କ ଶେଷ ଦର୍ଶନ ପାଇଁ ରଖାଯିବ । ୯ଟାରେ ତାଙ୍କ ଶରୀରକୁ ବିଜେପି କାର୍ଯ୍ୟାଳୟ ନିଆଯିବ । ଅପରାହ୍ନ ୧ଟାରେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ କରାଯିବ ଓ ୪ଟା ବେଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ବୈଦିକ ରୀତି ଅନୁସାରେ ତାଙ୍କର ଦାହ ସଂସ୍କାର କରାଯିବ ବୋଲି ଅମିତ ଶାହ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର