କିଛି ସେକେଣ୍ଡରେ ଗଙ୍ଗା ନଦୀ ଗିଳିଦେଲା ଦୁଇ ମହଲାର କୋଠା

ବଲିଆ: ଉତ୍ତରପ୍ରଦେଶର ବଲିଆରେ ଗଙ୍ଗା ନଦୀର ଭୟଙ୍କର ରୂପ ଦେଖିବାକୁ ମିଳିଛି | ଗଙ୍ଗା ନଦୀରେ ବଢୁଥିବା ଜଳସ୍ତରରେ ଏହି ଅଞ୍ଚଳର ଅନେକ ଗାଁ ଗଙ୍ଗା ନଦୀର ଗର୍ଭରେ ଲୀନ ହୋଇଯାଇଛନ୍ତି | ତେବେ ବଲିଆ ତହସିଲ ଅନ୍ତର୍ଗତ କେହରପୁର ଗାଁରେ ସୋମବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ |

VIDEO: देखिए कैसे चंद सेकेंड में गंगा में समा गई दो मंजिला इमारत

ସୋମବାର ଦିନ ଗଙ୍ଗା ନଦୀରେ ଆସିଥିବା ପାଣି ଯୋଗୁଁ ନଦୀ କୂଳରେ ଥିବା ଏକ ଘରର ମୂଳଦୁଆ ସମ୍ପୂର୍ଣ୍ଣ ଧୋଇଯାଇଥିଲା | ଯାହାଫଳରେ ଚାହୁଁଚାହୁଁ ଘରଟି ତାସ ଘର ପରି ଭୁଶୁଡିପଡିଥିଲା |


ତେବେ ସୌଭାଗ୍ୟବଶତଃ ଏହି ଘରେ କୌଣସି ସଦସ୍ୟ ନଥିବାରୁ କାହାର ଜୀବନ ହାନି ହୋଇନାହିଁ | ଗଙ୍ଗାରେ ବନ୍ୟା ଆସିଥିବାରୁ ଘରର ସଦସ୍ୟମାନେ କୌଣସି ବିପଦର ଆଶଙ୍କା କରି ଘରୁ ପଳାଇଯାଇଥିଲେ | ଯାହାଫଳରେ ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା |

ସମ୍ବନ୍ଧିତ ଖବର