କଂଗ୍ରେସ ଚିଠିର ଜବାବ ଦେଲେ ଭଗବାନ ଶିବ.. ଘଟଣା କଣ ଜାଣନ୍ତୁ

ଭୋପାଳ : ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି । ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ବିଭିନ୍ନ ଅଭିନବ ଉପାୟରେ ପ୍ରଚାର କରୁଛନ୍ତି । ଦୁଇଦିନ ତଳେ କଂଗ୍ରେସ ନେତା କମଳନାଥ ଭଗବାନ ମହାକାଳ (ଶିବ)ଙ୍କୁ ଏକ ପତ୍ର ଲେଖି ରାଜ୍ୟକୁ ବିଜେପି ସରକାର ମୁକ୍ତ କରିବାକୁ ପ୍ରାର୍ଥନା କରିଥିଲେ । କିନ୍ତୁ ଆଜି ଏହାର ଉତ୍ତର ଆସିଛି । ଚିଠିଟି ସ୍ୱୟଂ ଶିବଙ୍କ ବାହନ ନନ୍ଦୀ ପଠାଇଛନ୍ତି । ଉପରେ ଲେଖାଅଛି କୈଳାଶ ପର୍ବତ ।

ଏଥିରେ ଲେଖାଯାଇଛି ଯେ …
ଶ୍ରୀ କମଳନାଥ ଜୀ !

ଆପଣଙ୍କ ପତ୍ର ମିଳିଲା । ମୁଁ ନିଜେ ଏହାକୁ ପଢି ମହାଦେବଙ୍କୁ ଶୁଣାଇଲି । ସେ ଭୋଳାଲୋକ, ଆପଣଙ୍କ କଥାକୁ ତୁରନ୍ତ ବିଶ୍ୱାସ କରିଗଲେ ଓ ଆପଣଙ୍କ ଇଚ୍ଛା ପୂରଣ କରିବାକୁ ରାଜି ହେଲେ । ଏଣୁ ସେ ଏକ ନଡ଼ିଆ ରୂପରେ ତାଙ୍କ ଆଶିର୍ବାଦକୁ କଂଗ୍ରେସ ପାଖକୁ ପଠାଇଲେ । କିନ୍ତୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାର ମୂଲ୍ୟ ବୁଝି ନପାରି ତାହାର ତିରସ୍କାର କଲେ । ଏଣୁ ମୁଁ ଆପଣମାନଙ୍କୁ ସଦବୁଦ୍ଧି ଦେବାପାଇଁ କହିଛି ।

–ନନ୍ଦୀ ବଳଦ, ମହାଦେବଙ୍କ କୃପା”

ଏହି ପତ୍ରଟି କିଏ ପଠାଇଛି ତାହା ଜଣାପଡିନଥିଲେ ମଧ୍ୟ ବିଜେପି ଶିବିରରୁ ଏହାକୁ ପଠାଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ଏହି ଚିଠିଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

 

ସମ୍ବନ୍ଧିତ ଖବର