ଅତ୍ୟଧିକ ବର୍ଷା ହେତୁ ରାସ୍ତାରେ ସୃଷ୍ଟି ହୋଇଗଲା ବିରାଟ ଗାତ, କିଛି ଜାଣିବା ପୂର୍ବରୁ ଗାତରେ ଫସିଗଲା ଦୁଇଟି କାର୍‌,ଦେଖନ୍ତୁ ସେ ସମୟର ଫଟୋ

ନୂଆଦିଲ୍ଲୀ : ଏବେ ବର୍ଷାଦିନ ଚାଲିଥିବା ବେଳେ ରାସ୍ତାରେ ଗାଡ଼ି ଚଳାଇବାକୁ ନେଇ ଲୋକମାନେ ସତର୍କ ହେବା ଆରମ୍ଭ କରିଛନ୍ତି । ବର୍ଷାରେ ରାସ୍ତାର ଅବସ୍ଥା ଖରାପ ହୋଇ ଯାଉଥିବା ବେଳେ କେବେ ବି କିଛି ଘଟିପାରେ ବୋଲି ଲୋକେ ସତର୍କ ହୋଇ ଗାଡ଼ି ଚଳାଇବାକୁ ବାଧ୍ୟ ହୋଇଛନ୍ତି । କିଛି ଦିନ ତଳେ ହୋଇଥିବା ବର୍ଷାରେ ମୁମ୍ବାଇ ଏବଂ ଭୁବନେଶ୍ୱରର ଅବସ୍ଥା ଯେପରି ଥିଲା ସେ ଅବସ୍ଥାରେ ଲୋକମାନେ ଗାଡ଼ି ନେଇ ରାସ୍ତାକୁ ବାହାରିବାକୁ ଡ଼ରିବା ଆରମ୍ଭ କରିଥିଲେ । ଏବେ ଦୁଇ ଦି ହେଲା ଆରମ୍ଭ ହୋଇଥିବା ବର୍ଷାରେ ମଧ୍ୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଚୀନରେ ଏକ ଏପରି ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ଲୋକମାନେ ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଡ଼ରିବେ । ସୂଚନା ମୁତାବକ, ଚୀନ୍‌ରେ ଅତ୍ୟଧିକ ବର୍ଷା ହେତୁ ରାସ୍ତା ମଝିରେ ହଠାତ୍‌ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଯାହା ଫଳରେ ଦୁଇ ଜଣ କାର୍‌ ଚାଳକ ଏ ବିଷୟରେ ହଠାତ୍‌ ନ ଜାଣି ତା’ ଭିତରେ ଫସି ଯାଇଥିଲେ । ଏହି ଘଟଣାଟି ହାର୍ବିନ୍‌ ସହରରେ ଶନିବାର ଘଟିଥିବା ଜଣା ପଡ଼ିଛି । ଏହି ଦୁର୍ଘଟଣାରେ କେହି ମୃତ୍ୟୁବରଣ କରି ନଥିବା ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ଚାଳକଙ୍କ କହିବା ଅନୁଯାୟୀ, ମୁଁ ଜାଣି ପାରିଲି ନାହିଁ ମୁଁ ଏକ ବିରାଟ ବଡ଼ ଖାଲ ଉପରେ ଗାଡ଼ି ଚଳାଉଛି । କିଛି ଭାବିବା ପୂର୍ବରୁ ମୋ ଗାଡ଼ିର ଆଗ ବନେଟ ଖାଲ ଭିତରକୁ ପଶି ଯାଇଥଲା । ଭିତରକୁ ଯିବା ପରେ ଆଉ ଏକ କାର୍‌ ମଧ୍ୟ ସେ ଖାଲ ଭିତରେ ଫସି ରହିଥିବା ମୁଁ ଦେଖିଥିଲି । ଏହି ଘଟଣା ପରେ ମୁଁ ପୂରା ଘଟଣାକୁ ବିଶ୍ୱାସ କରି ପାରିଲି ନାହିଁ ।

ସମ୍ବନ୍ଧିତ ଖବର