ନିଜ ନବ ଜନ୍ମିତ ଶିଶୁପୁତ୍ରକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଥିବା ଗୋଟିଏ ମା’ର କରୁଣ କାହାଣୀ…

ନୂଆଦିଲ୍ଲୀ: ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ସହ ନୂଆ କରି ମାତୃତ୍ତ୍ୱ ଲାଭ କରିଛନ୍ତି ମମତା। ହେଲେ, ନିଜର ନବ ଜନ୍ମିତ ଶିଶୁ ପୁତ୍ରକୁ ନେଇ ଯେତେ ଖୁସି ହୋଇ ପାରିନାହାନ୍ତି ମମତା ତା’ଠାରୁ ବହୁ ଅଧିକ ଗୁଣରେ ଦୁଃଖିତ ଓ ଭୟଭୀତ ହୋଇ ପଡ଼ିଛନ୍ତି ନିଜର ଶିଶୁପୁତ୍ରର ଭବିଷ୍ୟତକୁ ନେଇ। କାରଣ, ସେ ଜନ୍ମ ଦେଇଥିବା ଶିଶୁ ପୁତ୍ରଟି ଜନ୍ମରୁ ହୃଦରୋଗରେ ଆକ୍ରାନ୍ତ ଥାଇ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସମର୍ଥ ଥିବା ଜାଣିବା ପରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ମମତା।

ଜନ୍ମ ପରଠାରୁ ହିଁ ଶିଶୁପୁତ୍ରଟି ରହିଛି ଆଇସିୟୁ ଭିତରେ ଭେଣ୍ଟିଲିଟର ଉପରେ। ଆଉ ବାହାରେ ଥାଇ କାଚ ଭିତର ଦେଇ ଆତୁର ନୟନରେ ନିଜ ପୁତ୍ରକୁ ଅନାଇ ରହିଛନ୍ତି ମମତା। ପ୍ରତି ଦୁଇଘଣ୍ଟାରେ ଥରେ ନର୍ସ ଆସି ମମତାଙ୍କୁ ଡାକୁଛି ଆଇସିୟୁ ଭିତରକୁ। ମମତା ଯାଉଛନ୍ତି ଆଇସିୟୁ ଭିତରକୁ ଚେଷ୍ଟା କରୁଛନ୍ତି ନିଜ ନବ ଜନ୍ମିତକୁ ସ୍ତନ୍ୟପାନ କରାଇବା ପାଇଁ ହେଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସମର୍ଥ ଥିବା ଶିଶୁଟି ସ୍ତନ୍ୟପାନ କରି ନପାରି ଖୁବ୍‌ ଜୋରରେ କାନ୍ଦି ଉଠୁଛି ଆଉ ତା’ କାନ୍ଦ ଶୁଣି ଦୌଡ଼ି ଆସୁଛି ଶିଶୁପୁତ୍ର ନିକଟକୁ ଆଉ ମମତାଙ୍କ କୋଳରୁ ନେଇ ତାକୁ ଶୁଆଇ ଦେଉଛି ପୁଣି ଭେଣ୍ଟିଲେଟର ଉପରେ। ଏହିପରି ଚାଲିଛି ଶିଶୁଟିର ଜନ୍ମ ପରଠାରୁ।

ଡାକ୍ତର କହୁଛନ୍ତି ଶିଶୁଟିର ଏକ ଅସ୍ତ୍ରୋପଚାର ହେବ ଆଉ ଏଥିପାଇଁ ଆବଶ୍ୟକ ୫ ଲକ୍ଷ ଟଙ୍କା। ଜଣେ ଡିଟିଏଚ୍‌ ଅପରେଟର ଥିବା ମମତାଙ୍କ ସ୍ୱାମୀ ପୁତ୍ରର ଅପରେସନ୍‌ ପାଇଁ ରାତିଦିନ ଏକ କରି ଅପରେସନ୍‌ ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି। ଏଣେ ମମତା ଆଇସିୟୁ ବାହାରେ ବସି ଅସହାୟା ଅବସ୍ଥାରେ କରୁଣ ନୟନରେ ଚାହିଁ ରହିଛନ୍ତି ନିଜର ଶିଶୁ ପୁତ୍ରକୁ।

ସମ୍ବନ୍ଧିତ ଖବର