ଆକାଶ ସୀମା ଉଲ୍ଲଂଘନ କରି ଭାରତୀୟ ସୀମା ଭିତରକୁ ପଶି ଆସିଲା ପାକିସ୍ତାନ ସେନାର ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ: ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକ୍‌ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ସୀମାନ୍ତରେ ମଧ୍ୟ ଉତ୍ତେଜନା ଦେଖା ଦେଇଛି। ଏହି ପରିସ୍ଥିତିରେ ପାକିସ୍ତାନ ସେନାର ଏକ ସାମରିକ ହେଲିକପ୍ଟର ଆଜି ମଧ୍ୟାହ୍ନରେ ଆକାଶ ସୀମା ଉଲ୍ଲଂଘନ କରି ଭାରତୀୟ ସୀମା ଭିତରକୁ ପଶି ଆସିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପାକିସ୍ତାନ ସେନାର ଏକ ସାମରିକ ହେଲିକପ୍ଟର ଆଜି ମଧ୍ୟାହ୍ନରେ ଜମ୍ମୁ- କଶ୍ମୀରର ସୀମାନ୍ତ ପୁଞ୍ଚ ସେକ୍ଟର ଅଞ୍ଚଳରେ ଭାରତୀୟ ସୀମା ଭିତରକୁ ପଶି ଆସିବା ସହ ଭାରତୀୟ ସୀମା ମଧ୍ୟରେ କିଛି ସମୟ ଧରି ଚକ୍କର କାଟିଥିଲା। ତେବେ, ସୀମାନ୍ତରେ ଥିବା ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପାକିସ୍ତାନ ସେନାର ଏକ ସାମରିକ ହେଲିକପ୍ଟରଟି ପୁଣି ନିଜ ଆକାଶ ସୀମା ମଧ୍ୟକୁ ଫେରି ଯାଇଥିଲା। ଏହି ଘଟଣା ସଂପର୍କରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ଏସଂପର୍କିତ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସମ୍ବନ୍ଧିତ ଖବର