ମଧ୍ୟପ୍ରଦେଶରେ ଏକ ସ୍ୱତନ୍ତ୍ର ଗାଈ ମନ୍ତ୍ରାଳୟ ହେଉ !

ଭୋପାଳ : କେତେକ ବାବାଜୀଙ୍କୁ ମଧ୍ୟପ୍ରଦେଶ ସରକାର କ୍ୟାବିନେଟ ପାହ୍ୟା ଦେବା ପରେ ସେମାନେ ନିଜର କରାମତି ଦେଖାଇବା ଆରମ୍ଭ କରିଦେଇଛନ୍ତି । ରାଜ୍ୟ ଗୋ ସୁରକ୍ଷା ବୋର୍ଡର ଅଧ୍ୟକ୍ଷ ଅଖିଳେଶ୍ୱରାନନ୍ଦ ଗିରି କହିଛନ୍ତି ଯେ ରାଜ୍ୟ ସରକାର ଗାଈମାନଙ୍କର କଲ୍ୟାଣ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ଆବଶ୍ୟକ । ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ଗାଈ ମନ୍ତ୍ରାଳୟ ଖୋଲନ୍ତୁ । ଏହା ଦ୍ୱାରା ମଧ୍ୟପ୍ରଦେଶ ଅନ୍ୟ ରାଜ୍ୟମାନଙ୍କ ଆଗରେ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯଦି ରାଜସ୍ଥାନ ଏକ ସ୍ୱତନ୍ତ୍ର ଗୋ ନିର୍ଦ୍ଦେଶାଳୟ ତିଆରି କରିପାରିଲା ମଧ୍ୟପ୍ରଦେଶ କାହିଁକି ଏକ ଗାଈ ମନ୍ତ୍ରାଳୟ ପ୍ରତିଷ୍ଠା କରିପାରିବ ନାହିଁ ? ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜେ ଯେପରି ନିଜ ଗାଈ ବାଛୁରୀ ମାନଙ୍କ ଯତ୍ନ ନିଅନ୍ତି ସେହିପରି ଯତ୍ନ ରାଜ୍ୟରେ ଅନ୍ୟ ଗାଈମାନେ ଯେପରି ପାଆନ୍ତି, ତାହାର ବ୍ୟବସ୍ଥା କରିବା ଆବଶ୍ୟକ । ଦୁଇ ବର୍ଷ ତଳେ ଅଖିଳେଶ୍ୱରାନନ୍ଦ ଗିରି ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ଗାଈ ମାନଙ୍କ ପାଇଁ ହେବ । ଇତିହାସ ଓ ପୁରାଣ ଯୁଗରେ ମଧ୍ୟ ଗାଈ ପାଇଁ ଯୁଦ୍ଧ ହୋଇଛି ।

ସମ୍ବନ୍ଧିତ ଖବର