ଦୁଷ୍କର୍ମ ରୋକିବାକୁ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି: ପ୍ରଧାନମନ୍ତ୍ରୀ ମୋଦି

ମାଣ୍ଡଲା (ମଧ୍ୟପ୍ରଦେଶ): କେନ୍ଦ୍ର ସରକାର ଏବେ ଦୁଷ୍କର୍ମ ଓ ଦୁଷ୍କର୍ମକାରୀମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯାଉଛନ୍ତି। ତେବେ, ଏଦିଗରେ ଦେଶବାସୀ ଓ ସମାଜର ମଧ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି। ସର୍ବପ୍ରଥମେ ଆମେ ଆମର ମହିଳା ଓ ଯୁବତୀମାନଙ୍କ ପାଇଁ ଏକ ସୁରକ୍ଷିତ ନିରାପଦ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମଧ୍ୟପ୍ରଦେଶର ମାଣ୍ଡଲା ଠାରେ ଆଜି ଆୟୋଜିତ ଏକ ଉତ୍ସବରେ ଯୋଗଦେବା ଅବସରରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏକ ସାମାଜିକ ଆନ୍ଦୋଳନ ଆରମ୍ଭ ହେବାର ଆବଶ୍ୟକତା ରହିଛି। ଏଥିସହ ପରିବାରଗୁଡ଼ିକ ମଧ୍ୟ ନିଜ ନିଜର ପୁତ୍ର ସନ୍ତାନମାନଙ୍କୁ ଅଧିକ ଦାୟିତ୍ୱ ସଂପନ୍ନ ଭାବେ ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ ଆମେ ଆମର ମହିଳା ଓ ଯୁବତୀମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ସେମାନଙ୍କୁ ସୁରକ୍ଷିତ ଓ ନିରାପଦ ରଖିବା ପାଇଁ ନିଜେ ଚେଷ୍ଟିତ ନ ହୋଇଛୁ ଏବଂ ଆମ ପରିବାରର ପୁଅମାନଙ୍କୁ ଏଦିଗରେ ଅଧିକ ସଚେତନ ଓ ଦାୟିତ୍ୱ ସଂପନ୍ନ ଭାବେ ଗଢ଼ି ନ ତୋଳିଛୁ; ସେ ପର୍ଯ୍ୟନ୍ତ ଆମେ କେବଳ ଆଇନ୍‌ ପ୍ରଣୟନ କରି ଏହାକୁ ରୋକିବାରେ ସମର୍ଥ ହୋଇପାରିବା ନାହିଁ ବୋଲି ମତ ଦେବା ସହ ଏଥିପାଇଁ ଏକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର