ମୋଦିଙ୍କ ଟୁଇଟ୍‌ ପାଇଁ ଶ୍ରୀଲଙ୍କାରେ ରହୁଥିବା ଯୁବତୀଙ୍କୁ ବିବାହ କଲେ ଭାରତରେ ରହୁଥିବା ଯୁବକ, ୨୦୧୫ରେ ଏଭଳି ଆରମ୍ଭ ହୋଇଥିଲା ପ୍ରେମ

ମନ୍ଦସୌର(ମଧ୍ୟପ୍ରଦେଶ): ଏବେ ପ୍ରେମ ସପ୍ତାହ ଚାଲିଥିବା ବେଳେ ଏକ ଭିନ୍ନ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟ୍‌କୁ ଫଲୋ କରି କରି ମନ୍ଦସୌରରେ ରହୁଥିବା ଜଣେ କୃଷକ ଏବଂ ଶ୍ରୀଲଙ୍କାରେ ରହୁଥିବା ଜଣେ ଡ଼ାକ୍ତରୀ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ଯାହା ଏବେ ବିବାହରେ ପରିଣତ ହୋଇଛି । ଦୁହେଁ ଫେବ୍ରୁଆରି ୧୦ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ୨୦୧୫ରେ ମୋଦିଙ୍କ ଏକ ଟୁଇଟ୍‌ରେ ଗୋବିନ୍ଦ ଏବଂ ହଂସନୀ ଲାଇକ୍‌ କରିବା ପରେ ପରସ୍ପରର ସଂପର୍କରେ ଆସିଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଏ ନେଇ ଗୋବିନ୍ଦ ନିଜ ଘରେ ଜଣାଇବା ପରେ ସେମାନେ ଝିଅକୁ ଦେଖିବା ପାଇଁ ଇଚ୍ଛା ଜାହିର କରିଥିଲେ । ଯାହା ପରେ ହଂସନୀ ଶ୍ରୀଲଙ୍କାରୁ ଭାରତରେ ଆସି ପହଞ୍ଚିଥିଲେ । ୨୦୧୭ରେ ସେ ଭାରତ ଆସି ଗୋବିନ୍ଦଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ପରିବାର ଲୋକେ ହଂସନୀଙ୍କୁ ପସନ୍ଦ କରିବା ପରେ ଦୁହେଁ ଫେବୃଆରି ୧୦, ୨୦୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୋବିନ୍ଦ ଇଞ୍ଜିନିୟରିଂ ପାଠ ସାରି କୃଷି କାର୍ଯ୍ୟ କରୁଥିବା ବେଳେ ହଂସନୀ ଏବେ ଚଣ୍ଡିଗଡ଼ରେ ଏମ୍‌ବିବିଏସ୍‌ ପଢ଼ୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର