ସଡ଼କ ଦୁର୍ଘଟଣାରେ ମାଆ-ବାପାଙ୍କ ଉଡିଗଲା ପ୍ରାଣବାୟୁ, ତିନି ବର୍ଷ କଅଁଳ ଶିଶୁର ଯନ୍ତ୍ରଣା ଦେଖି କାନ୍ଦି ପକାଇଲେ ଲୋକେ

ମୋଗା: ପଞ୍ଜାବର ଲୁଧିୟାନାର ମୋଗାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିିଳିଛି। ଏହି ଦମ୍ପତ୍ତି ତାଙ୍କ ତିନିବର୍ଷର ଶିଶୁକୁ ଧରି ସ୍କୁଟି ଯୋଗେ ଯାଉଥିବା ସମୟରେ କଚ୍ଚା ଦୋସାଝା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଜେସିବି ତାଙ୍କ ସ୍କୁଟିକୁ ଧକ୍କର ଦେଇଥିଲା। ଫଳରେ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଜେସିବି ଚାଳକ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ମୃତ ସ୍ୱାମୀ ସ୍ତ୍ରୀଙ୍କ ନାମ ମନଜିତ ସିଂହ(୫୦) ଚରନଜୀତ କୌର(୪୫) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସ୍ୱାମୀ-ସ୍ତ୍ରୀ ମୋଗା ସହରରୁ ନିଜର ଗାଁକୁ ଯାଉଥିଲେ। ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରଣାରେ ୩ବର୍ଷର ଝିଅ ଚିତ୍କାର କରୁଥିଲା। ଶିଶୁର ଚିତ୍କାର ଯିଏ ଶୁଣୁଥିଲା ସେ କାନ୍ଦି ଉଠୁଥିଲା। ମୃତ ଦମ୍ପତ୍ତିଙ୍କ ପରମିତ କୌର, ବିରେନ୍ଦ୍ର କୋର ଓ ଜସପ୍ରିତ କୋର ନାମରେ ତିନିଟି ସନ୍ତାନ ଅଛନ୍ତି।

ସମ୍ବନ୍ଧିତ ଖବର