ସିରସା କାଣ୍ଡକୁ ବର୍ଷେ ପୂରିଲା : ୨୧୦୦ କୋଟିର ମାଲିକ ବାବା ରାମରହିମ୍ ଏବେ ଜେଲରେ ୨୦ ଟଙ୍କା ପାରିଶ୍ରମିକରେ କାମ କରୁଛନ୍ତି

ଚଣ୍ଡିଗଡ଼ : ୨୫ ଅଗଷ୍ଟ ୨୦୧୮ । ଆଜକୁ ଠିକ୍ ଏକ ବର୍ଷ ପୂର୍ବେ ହରିୟାଣା ଓ ପଞ୍ଜାବରେ ଦେଖିବାକୁ ମିଳିଥିଲା ହିଂସାର ମାହୋଲ । ତାହା ମଧ୍ୟ ଜଣେ ଦୁଷ୍କର୍ମକାରୀ କଏଦୀଙ୍କ ପାଇଁ । କାରଣ କଏଦୀଙ୍କୁ ଦୁଇଟି ଦୁର୍ଷ୍କମ ଅଭିଯୋଗରେ ୧୦ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଥିଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ । ଆଉ ସିବିଆଇ ସ୍ୱତନ୍ତ୍ର କୋର୍ଟର ରାୟ ଆସିବା ପରେ ରୋହତକର ସୁନାରିଆ ଜେଲକୁ କଏଦୀ ଜଣଙ୍କୁ ଅଣାଯାଇଥିଲା । ଆଉ ତା’ପରେ ଯାହା ହୋଇଥିଲା ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉକ୍ତ କଏଦୀଙ୍କ ପାଇଁ ଦେଶର ଅଧିକାଂଶ ସ୍ଥାନରେ ଜଳିଥିଲା ନିଆଁ । ଭାଙ୍ଗିଥିଲା ଶହ ଶହ ଗାଡି, ଜୀବନ ହାରିଥିଲେ ଅନେକ ଲୋକ । ଆଉ ସେହି କଏଦୀ ଜଣକ ହେଉଛନ୍ତି ଗୁରମିତ୍ ରାମ ରହିମ । ଯିଏ ଆଜକୁ ଗୋଟିଏ ବର୍ଷ ପୂର୍ବେ ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ । ରାଜମହଲରୁ ସିଧାସଳଖ ଜେଲର କାଳ କୋଠରୀ ମଧ୍ୟକୁ ଯାଇଥିଲେ ।

Newsfolo

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରମିତ ରାମରହିମ୍ ଯେଉଁଭଳି ସିରସା ଆଶ୍ରମରେ ଅୟସ ଆରାମରେ ଜୀବନ କାଟୁଥିଲେ ସେଥିରେ ଏବେ ପୂର୍ଣ୍ଣଛେଦ ପଡିଛି । ଜଣେ ସାଧାରଣ କଏଦୀ ଭଳି ଜୀବନ କାଟୁଛନ୍ତି ଗୁରମିତ । ଏହି ବର୍ଷକ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଗୁରମିତଙ୍କ କଳା ମଚମଚ ବାଳ ଓ ଦାଢି ଧଳା ପଡିଯାଇଛି । ଚେହେରାର ରଙ୍ଗ ଓ ଚମକ ଉଡିଯାଇଛି । ଶହ ଶହ ଅନୁଗାମୀଙ୍କ ମେଳରେ ରହୁଥିବା ଗୁରମିତ ଏବେ ପୂରା ଏକାନ୍ତ । ଜେଲର ୧୫ ଫୁଟ ଲମ୍ବା ଓ ୧୦ ଫୁଟ୍ ଚଉଡାର କାଳକୋଠରୀ ଏବେ ଗୁରମିତଙ୍କ ନୂଆ ଠିକଣା ପାଲଟିଛି । ତେବେ ଗୁରମିତ ରାମ ରହିମ ଜେଲରେ କେଉଁ କାମ କରୁଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ସମ୍ବନ୍ଧିତ ଖବର