ଆପଣଙ୍କ ମୋବାଇଲ୍ କଣ୍ଟାକ୍ଟ ଲିଷ୍ଟରେ ‘୧୯୪୭’ ନମ୍ବର ଆପେ ଆପେ ସେଭ୍‌ ହୋଇ ଯାଇ ନାହିଁ ତ ? ଦେଖି ନିଅନ୍ତୁ ?

ଆଧାର କାର୍ଡର ନୂଆ ହେଲ୍ପଲାଇନ୍‌ ନମ୍ବର ୧୯୪୭

ନୂଆଦିଲ୍ଲୀ : ଦେଶରେ ଆଧାର କାର୍ଡ ଜାରି କରୁଥିବା ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡ଼ିଏଆଇ) ପୁଣି ଆସିଛି ଚର୍ଚ୍ଚାକୁ । ଶୁକ୍ରବାର ସୋସିଆଲ୍‌ ମିଡିଆରେ ୟୁଆଇଡ଼ିଏଆଇର ନୂଆ ହେଲ୍ପଲାଇନ୍‌ ନମ୍ବର ‘୧୯୪୭’ ଟ୍ରେଣ୍ଡିଂ କରୁଥିଲା। ଅସଲ କଥା ହେଲା ଆଜି ସକାଳୁ ହଜାର ହଜାର ସ୍ମାର୍ଟଫୋନ୍‌ ଉପଭୋକ୍ତା ଦେଖିବାକୁ ପାଇଥିଲେ କି ୟୁଆଇଡ଼ିଏଆଇର ନୂଆ ହେଲ୍ପଲାଇନ୍‌ ନମ୍ବର ‘୧୯୪୭’ ସେମାନଙ୍କ ଫୋନର କଣ୍ଟାକ୍ଟ ଲିଷ୍ଟରେ ସେଭ୍‌ ହୋଇଯାଇଛି।

ବିନା କୌଣସି ପୂର୍ବ ସୂଚନାରେ ଓ ଉପଭୋକ୍ତାଙ୍କ ବିନା ଅନୁମତିରେ ନମ୍ବର ସେଭ୍‌ ହୋଇଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏ ନେଇ ହଜାର ହଜାର ଲୋକ ନିଜ ନିଜ ଟ୍ଵିଟର ଆକାଉଣ୍ଟ ଜରିଆରେ ୟୁଆଇଡ଼ିଏଆଇକୁ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି । ନମ୍ବରଟି ଆପେ ଆପେ କିପରି ସେଭ୍‌ ହୋଇ ଯାଉଥିବା ପ୍ରଶ୍ନ ଏବେ ଲୋକମାନଙ୍କୁ ଚିନ୍ତାରେ ପକାଇଛି । ତେବେ ୟୁଆଇଡ଼ିଏଆଇ ପକ୍ଷରୁ କୁହାଯାଇଛି କି କୌଣସି ଅପରେଟର କିମ୍ବା ସଂସ୍ଥାଙ୍କୁ ଏପରି କରିବା ଲାଗି କୁହାଯାଇନାହିଁ। କୌତୁହଳର ବିଷୟ ହେଲା ଫୋନରେ ଆଧାର ଲିଙ୍କ କରି ନ ଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିଛି।

ଜଣେ ଫ୍ରେଞ୍ଚ ଏକ୍ସପର୍ଟ ୟୁଆଇଡ଼ିଏଆଇକୁ ପ୍ରଶ୍ନ କରିଛନ୍ତି କି କିଭଳି ଜଣଙ୍କର ଆଧାରକାର୍ଡ଼ ଥାଉ ବା ନଥାଉ ବା ସେମାନେ ୟୁଆଇଡ଼ିଏଆଇ ଆପ୍‌ ଡ଼ାଉନ୍‌ଲୋଡ଼ କରିଥାନ୍ତୁ ବା ନ କରିଥାନ୍ତୁ, ସମସ୍ତଙ୍କ ଫୋନରେ ଆପେ ଆପେ ଆଧାର କାର୍ଡ଼ର ହେଲ୍‌ପଲାଇନ୍‌ ନମ୍ବର ସେଭ୍‌ ହୋଇ ଯାଉଛି,ଏହା କିପରି ସମ୍ଭବ କହିବେ କି ? ଏହାର ଠୋସ୍  ଉତ୍ତର ୟୁଆଇଡ଼ିଏଆଇ ଦେଇ ପାରିନାହିଁ।

ତେବେ ଏପରି ହେବାର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର