ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ହେବ

ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଲା ନିର୍ବାଚନ କମିସନ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର ସହିତ ଆଧାର ଲିଙ୍କ୍‌ କରାଇବା ପାଇଁ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଓମ୍‌ ପ୍ରକାଶ ରାଓ୍ଵତ କହିଛନ୍ତି ଯେ ୨୦୧୫ରେ ଆମେ ୩୨ କୋଟି ଭୋଟର ପରିଚୟପତ୍ର ସହିତ ଆଧାର ଲିଙ୍କ୍‌ କରାଇଥିଲୁ। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ଏହି କଟକଣା ହଟାଇ ପୁଣି ଥରେ ଆଧାର କାର୍ଡକୁ ଲିଙ୍କ୍‌ କରାଇବା ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଦେଶରେ ୮୭ କୋଟି ୫୦ ଲକ୍ଷ ଭୋଟର ପରିଚୟପତ୍ର ରହିଛି। ସେଥିମଧ୍ୟରୁ ୩ ମାସ ଭିତରେ ୩୨ କୋଟି କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇଛି। ଯଦି ସୁପ୍ରିମକୋର୍ଟ ଅନୁମତି ଦେବେ ତେବେ ଅନ୍ୟ ଭୋଟର ପରିଚୟପତ୍ର ସହିତ ଆଧାର ଲିଙ୍କ୍‌ କରିବା ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର