ଏଣିକି ମଦ କିଣିଲେ ଆଧାରକାର୍ଡ ବାଧ୍ୟତାମୂଳକ

ହାଇଦ୍ରାବାଦ:  ଏଣିକି ମଦ କିଣିଲେ ଆଧାରକାର୍ଡ ବାଧ୍ୟତାମୂଳକ ବୋଲି ତେଲେଙ୍ଗାନା ଅବକାରୀ ବିଭାଗ ଘୋଷଣା କରିଛନ୍ତି। ଏଥିସହିତ ପବରେ ନାବଳକଙ୍କୁ ମଦ ଦେବାରେ ଓ ୨୧ ବର୍ଷରୁ କମ୍‌ ଯୁବକ ଯୁବତୀଙ୍କୁ ପ୍ରବେଶ ଉପରେ ଅଙ୍କୁଶ ଲାଗାଯାଇଛି। ଏ ନେଇ ସହରର ସମସ୍ତ ପବକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଜଣେ ୧୭ ବର୍ଷୀୟ ନାବାଳକ ନିଜର ଜଣେ ସହପାଠିନୀଙ୍କ ହତ୍ୟା କରିଥିଲେ। ତେଣୁ ଏଭଳି ଘଟଣାର ଯେପରି ପୁରନରାବୃତ୍ତି ନହେଉ ସେ ନେଇ ତେଲେଙ୍ଗାନାର ଅବକାରୀ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି।
ସମ୍ବନ୍ଧିତ ଖବର