ନିଉଜ୍‌ ଚାନେଲ୍‌ର ଲାଇଭ ଡିବେଟ୍‌ରେ ଜଣେ ମୁଖପାତ୍ର କହିଲେ ‘ମୋର ଦୁଇଟି ସନ୍ତାନ’, ଆଉ ଜଣେ କହିଲେ,‘ଆପଣଙ୍କୁ କିଏ ପଚାରିଲା ଯେ ଆପଣଙ୍କ କେତୋଟି ସନ୍ତାନ ଅଛି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ପରିବାରକୁ ଛୋଟ ରଖିବା ବି ଦେଶଭକ୍ତିର ପ୍ରତୀକ। ଏହି ପ୍ରସଙ୍ଗ ଉପରେ ଆଜ୍‌ତକ୍‌ ନିଉଜ୍‌ ଚାନେଲ୍‌ର ଲାଇଭ ଡିବେଟ୍‌ ସୋ’ ‘ହଲ୍ଲାବୋଲ୍‌’ରେ ଜୋରଦାର୍‌ ଚର୍ଚ୍ଚା ହୋଇଥିଲା।  ଏଥିରେ ଏଆଇଏମ୍‌ଆଇଏମ୍‌  ମୁଖପାତ୍ର ଆସ୍‌ମି ବକାର ଓ ବିଜେପି ମୁଖପାତ୍ର ଡ଼ ସମ୍ବିତ ପାତ୍ର ଯୋଗ ଦେଇଥିଲେ।

ଅଂଜନା ଓମ୍‌ ପ୍ରକାଶ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରୁଥିଲେ। ଡ଼ ସମ୍ବିତ ପାତ୍ର ଡିବେଟ୍‌ରେ ଅଂଶ ଗ୍ରହଣ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନିଜ ଉପରେ ସ୍ୱପ୍ରେରଣ ଶବ୍ଦର ବ୍ୟବହାର କରିଥିଲେ। ଏଣୁ ଆମକୁ ସ୍ୱପ୍ରେରଣରେ ପରିବାରକୁ ନିୟନ୍ତ୍ରିତ କରି ଦେଶଭକ୍ତି କରିବା ଉଚିତ।
ବିଜେପି ମୁଖପାତ୍ର ଏତିକି କହିବା ମାତ୍ରେ ଏମ୍‌ଆଇଏମ୍‌ ର ମୁଖପାତ୍ର ଆସମି ବକାର କହିଥିଲେ ପ୍ରଧାନମନ୍ତ୍ରୀ କ’ଣ ଏମିତି କହିଦେଲେ ଜନସଂଖ୍ୟା ନିୟନ୍ତ୍ରିତ ହୋଇଯିବ? ସେ ଯୁକ୍ତିଛଳରେ କହିଥିଲେ ‘ମୁଁ ଭାଗ୍ୟବାନ୍‌ ଯେ ମୋର ଦୁଇଟି ସନ୍ତାନ ଅଛନ୍ତି। ’

ଏକଥା ଶୁଣି ଡ଼ ସମ୍ବିତ ପାତ୍ର କହିଥିଲେ,‘ଆପଣଙ୍କୁ ଏକଥା କିଏ ପଚାରିଲା ଯେ ଆପଣଙ୍କ କେତୋଟି ସନ୍ତାନ ଅଛି? ଏହା ଉପରେ ବକାର ପ୍ରତିକ୍ରିୟାଶୀଳ ହୋଇ କହିଲେ,‘ଏବେ ଆପଣ କହନ୍ତୁ ଆପଣଙ୍କର କେତୋଟି ସନ୍ତାନ, ହୋଇପାରେ ଆପଣଙ୍କର ଚାରୋଟି ସନ୍ତାନ।’

ସମ୍ବନ୍ଧିତ ଖବର