ଦଶହରା ଅବସରରେ ଆପ୍‌ ସେୟାର କରିଥିବା ଫଟୋ ପାଇଁ ଟ୍ରୋଲ ହେଲେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି ଦଶହରା ଅବସରରେ ଏକ କାର୍ଟୁନ ଫଟୋ ସେୟାର କରି ବିଜୟାଦଶମୀର ଶୁଭକାମନା ଜଣାଇଥିଲେ । କିନ୍ତୁ କାର୍ଟୁନଟି ସେୟାର କରାଯିବା ପରେ ଲୋକେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

ଆପ୍‌ ପକ୍ଷରୁ ଟୁଇଟ୍‌ରରେ ସେୟାର କରାଯାଇଥିବା ଫଟୋରେ ଅରବିନ୍ଦ କେଜ୍ରିଓ୍ଵାଲ ତୀର ମାରି ରାବଣକୁ ବଧ କରୁଥିବାର ଦେଖାଯାଇଛି । ଟୁଇଟ୍‌ର କ୍ୟାପ୍‌ସନରେ ଲେଖାଯାଇଛି କି, ଧର୍ମର ଜୟ ହେଉ, ଅଧର୍ମର ନାଶ ହେଉ । ଏହି ଫଟୋଟି ସେୟାର କରାଯିବା ପରେ ପରେ ହିଁ ଲୋକେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଜଣେ ବ୍ୟବହାରକାରୀ ରାବଣ ବି ଭାବୁଥିବ କି, ମୁଁ ତ ରାବଣ ଏ ଦ୍ୱିତୀୟ ରାବଣ କେଉଁଠୁ ଆସିଲା ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ଦିଲ୍ଲୀର ମାଲିକରୁ ଏବେ ଭଗବାନ ବି ବନିଗଲ । ଟିକେ ତ ଲାଜ କର ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର