ଆପ୍‌ ପାଇଁ ଚିନ୍ତା ବଢ଼ିଲା, ଇସ୍ତଫା ଦେଲେ ଜଗଦୀପ ସିଂହ

ଆପ୍‌ ବିଧାୟକ ଆଦର୍ଶ ଶାସ୍ତ୍ରୀ କଂଗ୍ରେସରେ ଯୋଗ ଦେଲେ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଖେଇ ଆସୁଥିବା‌ ବେଳେ ଶାସକ ଦଳ ଆପ୍‌କୁ ପୁଣିଥରେ ଶକ୍ତ ଝଟ୍‌କା ଲାଗିଛି। ଦଳର ବହୁ ଟାଣୁଆ ନେତା ଦଳ ଛାଡ଼ିଦେବା ବିଷୟ ଆପ୍‌ ପାଇଁ ଚିନ୍ତାର କାରଣ ହୋଇଛି। ଆପ୍‌ର ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିବାପରେ ଜଣେ ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ନାତି ଆଦର୍ଶ ଶାସ୍ତ୍ରୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କେଜ୍ରିୱାଲ ତାଙ୍କୁ ଟିକଟ ଦେବାପାଇଁ ୧୦ କୋଟି ଟଙ୍କା ଦାବି କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସୁଭାଷ ଚୋପ୍ରା ଏବଂ ବରିଷ୍ଠ କଂଗ୍ରେସ ନେତା ପିସି ଚା‌କୋଙ୍କ ଉପସ୍ଥିତିରେ ଆଦର୍ଶ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀର ହରିନଗର ବିଧାୟକ ଜଗଦୀପ ସିଂହ ଆଜି ଆପ୍‌ରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଟାଣୁ୍ଆ ନେତା ଆପ୍‌ରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର