ଦିଲ୍ଲୀରେ ଆପ୍‌-ଏଲ୍‌ଜି ବିବାଦ ତେଜିଲା

ନୂଆଦିଲ୍ଲୀ: ପ୍ରାଶାସନିକ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ବିରୋଧ କରି କାର୍ଯ୍ୟରେ ଯୋଗ ଦେଉନଥିବା ବେଳେ ସେମାନଙ୍କୁ ବୁଝାଇବା ପାଇଁ ଗତକାଲିଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ୩ ଜଣ ମନ୍ତ୍ରୀ ଉପରାଜ୍ୟପାଳଙ୍କ ଘରେ ଧାରଣା ଦେଇଛନ୍ତି। ସେପଟେ ଆପ୍‌ ସରକାରଙ୍କ ମନ୍ତ୍ରୀମାନେ ଆମରଣ ଅନଶନରେ ଉପ ରାଜ୍ୟପାଳଙ୍କ ବାସ ଭବନରେ ବସିଥିବା ଜଣାପଡ଼ିଛି। କିନ୍ତୁ ଉପ ରାଜ୍ୟାପଳ କୌଣସି ପଦକ୍ଷେପ ନେଉନଥିବାରୁ ଏହାକୁ ବିରୋଧ କରି ଆସନ୍ତାକାଲି ଆମ୍‌ ଆଦମୀ ପାର୍ଟି ରାଜ୍ୟପାଳ ଭବନ ଘେରାଉ କରିବ ବୋଲି ଜଣାପଡ଼ିଛି। ଅପରପକ୍ଷେ, ଯେଉଁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଉନଥିବା ନେଇ ଆପ୍‌ ସରକାର ଅଭିଯୋଗ ଆଣିଛନ୍ତି, ସେମାନେ ଆଜି ଏହାର ଜବାବ୍‌ ଦେଇଛନ୍ତି। ଟ୍ଵିଟରରେ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍‌ କରି ସେମାନେ କହିଛନ୍ତି ଯେ, ଦିଲ୍ଲୀରେ ସବୁ କାର୍ଯ୍ୟ ଚାଲିଛି, ଅଧିକାରୀମାନେ କାର୍ଯ୍ୟରେ ଅଛନ୍ତି।

ସମ୍ବନ୍ଧିତ ଖବର