କାର୍ଯ୍ୟାଳୟରେ ଯୋଗ ଦେବା ସଙ୍ଗେସଙ୍ଗେ କାହିଁକି ନିଜ ଚୌକିରୁ ତଉଲିଆ ଉଠାଇ ଦେଲେ ଆପ୍‌ ନେତା ଜାଣନ୍ତୁ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି(ଆପ୍‌) ନେତା ରାଘବ ଚଢ଼ା ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିବାର କିଛି ସମୟ ପରେ ନିଜ ଚୌକିରୁ ତଉଲିଆ ଉଠାଇ ଦେବା ଘଟଣା ଏବେ ଚର୍ଚ୍ଚା ପାଲଟିଛି।

ଟୁଇଟରରେ ସେୟାର ହୋଇଥିବା ଏହି ଭିଡିଓରେ ୩୧ବର୍ଷୀୟ ବିଧାୟକଙ୍କୁ ବସିବା ପୂର୍ବରୁ ନିଜ ଚୌକିରୁ ତଉଲିଆ ଉଠାଇ ଦେଉଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଦେଖିବା ପରେ ରାଘବ ଚଢ଼ା ଏପରି କାହିଁକି କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ତେବେ ଚୌକିରେ ତଉଲିଆ ପକାଇବା ଭିଆଇପି ହେବାର ପ୍ରତୀକ ଅଟେ। ତେଣୁ ଚଢ଼ା ନିଜ ଚୌକିରୁ ଏହି ତଉଲିଆ କାଢ଼ି ଦେଇଥିଲେ।

ଏହି ଭିଡିଓକୁ ଟୁଇଟରରେ ‘AAP In News’ ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏହି ପେଜରେ ଆମ୍‌ ଆଦମୀ ପାର୍ଟି ସହିତ ଜଡ଼ିତ ଖବର ଜାରି କରାଯାଇଥାଏ। ଭିଡିଓ ସେୟାର କରିବା ସହିତ ଏଥିରେ କ୍ୟାପସନ୍‌ ଲେଖା ହୋଇଛି, ‘ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ରାଘବ ଚଢ଼ା ଯେମିତି ହିଁ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ, ତୁରନ୍ତ ସେ ତାଙ୍କ ଚୌକିରୁ ତଉଲିଆ ଉଠାଇ ଦେଇଥିଲେ।’

आप नेता राघव चड्ढा ने ऑफिस ज्वाइन करते ही हटाया अपनी कुर्सी से Towel, जानिए क्यों
.ndtv.com

ମାର୍ଚ୍ଚ ୩ରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏଯାବତ ୧୭ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହିତ ୨୮୩ଟି ଲାଇକ୍‌ସ ମିଳିବା ସହିତ ବ୍ୟବହାରକାରୀ ୧୦୦ରୁ ଅଧିକ ଥର ରି-ଟୁଇଟ କରି ସାରିଲେଣି। ଟୁଇଟରରେ ଏହି ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହ ରାଘବ ଚଢ଼ାଙ୍କ ଏଭଳି କାମକୁ ଦେଖି ପ୍ରଶଂସା ବି କରୁଛନ୍ତି।

ସମ୍ବନ୍ଧିତ ଖବର