ଚା’-ଜଳଖିଆରେ ୩ ବର୍ଷରେ କୋଟିଏରୁ ଅଧିକ ଖର୍ଚ୍ଚ କରିଛି କେଜ୍ରିଓ୍ଵାଲଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଅଫିସ୍‌ ତିନିବର୍ଷର କାର୍ଯ୍ୟକାଳ ଭିତରେ ଚା- ଜଳଖିଆରେ ୧,୦୩,୦୪,୧୬୨ ଟଙ୍କା ଖର୍ଚ୍ଚ କରିଥିବା ଜାଣିବାକୁ ମିଳିଛି। ଜଣେ ସୂଚନା ଅଧିକାର କର୍ମୀ ଏ ସଂପର୍କିତ ସୂଚନା ଲାଗି ଆବେଦନ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାପରେ ଗସ୍ତ ବାବତକୁ କେଜ୍ରିଓ୍ଵାଲ୍‌ ମାତ୍ର ୧୧.୯୯ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି।

ସୂଚନା ଅଧିକାର କର୍ମୀ ହେମନ୍ତ ସିଂ ଗୌନିଆ ଗତ ଫେବୃଆରି ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଖର୍ଚ୍ଚ ସଂପର୍କରେ ତଥ୍ୟ ମାଗିଥିଲେ। ଗତ ସପ୍ତାହରେ ତାଙ୍କୁ ଏହି ସୂଚନା ମିଳିଛି। ୨୦୧୫-୧୬ରେ କେଜ୍ରିଓ୍ଵାଲ୍‌ଙ୍କ କାର୍ଯ୍ୟାଳୟ ୨୩.୧୨ ଲକ୍ଷ ଖର୍ଚ୍ଚ କରିଥିବା ବେଳେ ୨୦୧୬-୧୭ରେ ଏହା ୪୬.୫୪ ଲକ୍ଷକୁ ବୃଦ୍ଧି ପାଇଥିଲା।

Indiatimes.com

୨୦୧୭-୧୮ ଆର୍ଥକ ବର୍ଷରେ ଏହି ଖର୍ଚ୍ଚ ୩୩.୩୬ ଲକ୍ଷ ଟଙ୍କା ଥିବାବେଳେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ତାଙ୍କ ବାସଭବନରେ ଥିବା କ୍ୟାମ୍ପ ଅଫିସ୍‌ ଓ ସଚିବାଳୟ ଅଫିସ୍‌ରେ ଚା-ଜଳଖିଆ ଖର୍ଚ୍ଚ ବାବଦକୁ ୪୭.୨୯ ଲକ୍ଷ ଟଙ୍କାର ବିଲ୍‌ ସରକାରଙ୍କ ଠାରୁ ନେଇଛନ୍ତି। ଉପରୋକ୍ତ ପ୍ରସଙ୍ଗରେ ଗୌନିଆ କହିଛନ୍ତି କି ଯେହେତୁ ଏହି ଅର୍ଥ ସରକାରୀ ତହବିଲ୍‌ରୁ ଖର୍ଚ୍ଚ ହେଉଛି,ଯାହାକି ଟିକସଦାଦାଙ୍କ ଅର୍ଥ,ତେଣୁ ଏହା ଉପରେ ନିୟନ୍ତ୍ରଣ ରହିବା ଦରକାର।

ସମ୍ବନ୍ଧିତ ଖବର